ଗମ୍ଭୀରଙ୍କ ବଡପଣ । ଭାରତରେ ହୃତପିଣ୍ଡ ଅପରେସନ ପାଇଁ ପାକିସ୍ତାନର କୁନି ଝିଅକୁ ମିଳୁନଥିଲା ଭିସା, ବୈଦଶିକ ମନ୍ତ୍ରୀଙ୍କୁ ଚିଠି ଲେଖି କୁନି ଝିଅର ଭିସା ବ୍ୟବସ୍ଥା କରିଲେ ଗମ୍ଭୀର ।

835

ଗମ୍ଭୀରଙ୍କ ବଡପଣ । ସୀମା ସେପାରିର କୁନି ଝିଅର ଚିକିତ୍ସା ପାଇଁ ଚିଠି ଲେଖିଲେ ଦିଲ୍ଲୀ ସାଂସଦ ଗୌତମ ଗମ୍ଭୀର । ପାକିସ୍ତାନର କୁନି ଝିଅର ଚିକିତ୍ସା ପାଇଁ ସହଯୋଗର ହାତ ବଢାଇଛନ୍ତି ଗମ୍ଭୀର । ଆଉ ଏଭଳି ପ୍ରୟାସ ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି ଗୌତମ ।

କୁନି ଝିଅର କଷ୍ଟ ସହିପାରିଲେନି ଗମ୍ଭୀର । ବଢାଇଲେ ସହଯୋଗର ହାତ । ସୂଚନା ମୁତାବକ, ପାକିସ୍ତାନର କୁନି ଝିଅ ଓମାଈମା ଅଲ୍ଲୀଙ୍କର ହୃତପିଣ୍ଡ ସମସ୍ୟା କାରଣରୁ ଚିକିତ୍ସା ପାଇଁ ତାଙ୍କୁ ଭାରତ ଆଣିବାକୁ ସ୍ଥିର ହୋଇଥିଲା । ତେବେ ଭାରତକୁ ଆସିବାକୁ ଓମାଈମା କିମ୍ବା ତାଙ୍କ ଅଭିଭାବକଙ୍କୁ ଭିସା ମିଳିନଥିଲା । ଯାହାକୁ ନେଇ ଚିନ୍ତାରେ ଥିଲେ କୁନି ଝିଅର ବାପା ମା’ । ତେବେ ଏହି କଥା ଜାଣିବା ପରେ ପୂର୍ବତନ ଭାରତୀୟ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ଏହି ଝିଅଟିକୁ କିଭଳି ଭିସା ମିଳିପାରିବ ସେ ନେଇ ପ୍ରଚେଷ୍ଟା ଆରମ୍ଭ କରିଦେଇଥିଲେ । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ବ୍ୟକ୍ତିଗତ ଭାବେ ଚିଠି ଲେଖିଥିଲେ ଗମ୍ଭୀର ।

ଚିଠିରେ କୁନି ଝିଅ ଓ ତାଙ୍କ ଅଭିଭାବକଙ୍କୁ ଭିସା ଦେବାକୁ ବୈଦଶିକ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ଗମ୍ଭୀର । ଏହାପରେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଇସଲାମବାଦରେ ଥିବା ଭାରତୀୟ ଦୂତାବାସକୁ ଓମାଈମା ସହ ତାହାର ଅଭିଭାବକଙ୍କୁ ଭିସା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାପରେ ଓମାଈମାଙ୍କୁ ଭିସା ମିଳିପାରିଛି ।