ଗରିବ ପରିବାରକୁ ପୋତ୍ସ୍ୟ ଭାବେ ଗ୍ରହଣ କରିବାକୁ ଏସବିଆଇର ସରକାରଙ୍କୁ ଅନୁରୋଧ । ବାର୍ଷିକ ଉପକୃତ ହେବେ ୭ ଲକ୍ଷ ପରିବାର

132

କନକ ବ୍ୟୁରୋ : ଦେଶରେ ବଢୁଥିବା ଆର୍ଥିକ ଅସମାନାତା କୁ କମ୍ କରିବାକୁ ଦେଶର ସବୁଠାରୁ ବଡ ବ୍ୟାଙ୍କ୍ ଏସବିଆଇ ଏକ ମହତ୍ୱପୂର୍ଣ୍ଣ ଉପଦେଶ ଦେଇଛନ୍ତି । ଏସ୍ବିଆଇ ର ମୁଖ୍ୟ ଅର୍ଥଶାସ୍ତ୍ରୀ ସୌମ୍ୟାକାନ୍ତି ଘୋଷ ଏକ ଚିଠି ମାଧ୍ୟମରେ ଆଡପ୍ଟ ଏ ଫ୍ୟାମିଲି
(ADOPT-A-FAMILY)  ଯୋଜନା ପ୍ରଣୟନ କରିବାକୁ ଅନୁରୋଧ କରିଛନ୍ତି ।  ଏହି ରିପୋର୍ଟରେ ଦାବି କରାଯାଇଛି କି ଏହି ଯୋଜନା ଦାରିଦ୍ର ସରମାରେଖା ତଳେ ରହୁଥିବା ଲୋକଙ୍କ ଆର୍ଥିକ ଉନ୍ନତି ଆଣିବାରେ ସହାୟକ ହେବ । ଏହା ସହ ଅର୍ଥ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ସହ ଚାହିଦା ବୃଦ୍ଧି କରିବାରେ ସହାୟକ ହେବ ।

 

ଏସବିଆଇ ଏହି ରିପୋର୍ଟ ମାଧ୍ୟମରେ ସରକାରଙ୍କୁ ‘ଏକ ପରିବାର ଗ୍ରହଣ ଯୋଜନା’ (ADOPT-A-FAMILY)  ଆଣିବାକୁ ପରାମର୍ଶ ଦେଇଛି । ସ୍ୱେଚ୍ଛାକୃତ ଭାବେ ଏହି ଯୋଜନାରେ ଯୋଗ ଦେବା ପାଇଁ ବାର୍ଷିକ ୧୦ ଲକ୍ଷରୁ ଅଧିକ ରୋଜଗାର କରୁଥିବା ଲୋକଙ୍କୁ ପ୍ରୋତ୍ସାହିତ କରିବା ଉଚିତ୍ । ଏହି ବ୍ୟକ୍ତି ୧ ବର୍ଷ ପାଇଁ ଦାରିଦ୍ର ସୀମାରେଖାତଳେ ଥିବା ଏକ ପରିବାରକୁ ପୋତ୍ସ୍ୟ ପରିବାର ଭାବେ ଗ୍ରହଣ କରିବ । ଏହା ସହ ସେହି ପରିବାରକୁ ସେ ପ୍ରତିମାସ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବ ।
ରିପୋର୍ଟ ମୁତାବକ କରୋନା ମହାମାରୀ ସମୟରେ ଦାରିଦ୍ର ସୀମାରେଖା ତଳେ ଥିିବା ଲୋକମାନେ ନାହିଁ ନଥିବାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏପଟେ ଦେଶରେ ୭୦ ଲକ୍ଷ ଲୋକଙ୍କର ବାର୍ଷିକ ୧୦ ଲକ୍ଷ ଟଙ୍କାରୁ ଅଧିକ ଆୟ ରହିଛି । ଯଦି ୧୦ ପ୍ରତିଶତ ଟିକସ ଦାତା ଏହି ଅଭିଯାନରେ ସାମିଲ ହୁଅନ୍ତି ତେବେ ଦେଶରେ ୭ ଲକ୍ଷ ଗରିବ ପରିବାରର ଆର୍ଥିକ ଉନ୍ନତି ଆସିପାରିବ ।

 

ଏସବିଆଇ ନିଜ ରିପୋର୍ଟରେ କହିଛନ୍ତି କି ଯଦି ଜଣେ ଟିକସ ଦାତା ଜଣେ ଗରିବ ପରିବାରକୁ ୫୦ ହଜାରରୁ ଅଧିକ ଟଙ୍କା ଦାନ କରୁଛନ୍ତି ତେବେ ତାଙ୍କ ଦାନ ରାଶି ଉପରେ ୮୦ (ସି) ଅଧିନରେ ଆୟକର ରିହାତି ଦେବା ଉଚିତ୍ । ଏହା ଦ୍ୱାରା ସରକାରଙ୍କ ଉପରେ ମାତ୍ର ୧୦୫୦ କୋଟି ଟଙ୍କାର ବୋଝ ପଡିବ । ଏସବିଆଇ ଏହି ଅର୍ଥଶାସ୍ତ୍ରୀ ଜଣକ କହିଛନ୍ତି କି ଏହି ଆଧାର ଦେୟ ମାଧ୍ୟମରେ ସକ୍ଷମ ବ୍ୟାଙ୍କ ଖାତା ଉପରେ ନଜର ରଖିବା ଉଚିତ୍ । ସେ ବି ସବ୍ସିଡି ଏଲପିଜି ସିଲିଣ୍ଡର ଛାଡ ଅଭିଯାନର ଉଦାହରଣ ଦେଇଥିଲେ । ଏହା ସହ (ADOPT-A-FAMILY)  ପ୍ରୋତ୍ସାହନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।