ବାପାଙ୍କୁ ବଞ୍ଚାଇବାକୁ ପୁଅର ଆକୁଳ ନିବେଦନ । ମିଲାପ ଆପ୍ ଜରିଆରେ କଲେ ସାହାଯ୍ୟ ଭିକ୍ଷା । କହିଲେ, ଆପଣଙ୍କ ଛୋଟିଆ ସାହାଯ୍ୟ ମୋ ବାପାଙ୍କୁ ବଞ୍ଚାଇଦେବ ।

815

କନକ ବ୍ୟୁରୋ: ଆପଣଙ୍କ ସାହାଯ୍ୟ ମୋ ବାପାଙ୍କୁ ବଞ୍ଚାଇଦେବ । ଦୟାକରି ମୋତେ ସାହାଯ୍ୟ କରନ୍ତୁ, ମୋ ବାପାଙ୍କୁ ବଞ୍ଚାଇ ଦିଅନ୍ତୁ । ଆପଣଙ୍କର ଛୋଟିଆ ସାହାଯ୍ୟ ମୋ ବାପାଙ୍କୁ ବଞ୍ଚାଇଦେବ । ରାଜ୍ୟବାସୀଙ୍କୁ କିଛି ଏଭଳି ଭାବେ ସାହାଯ୍ୟ ଭିକ୍ଷା କରିଛନ୍ତି ଜଣେ ଦୁର୍ଘଟଣାଗ୍ରସ୍ତ ବାପାର ପୁଅ । ଆଉ ସମସ୍ତଙ୍କଠୁ ଆଶା କରିଛନ୍ତି ଛୋଟିଆ ସାହାଯ୍ୟ ।

ନିଜ ଦୁର୍ଘଟଣାଗ୍ରସ୍ତ ବାପାଙ୍କୁ ବଞ୍ଚାଇବାକୁ ସହଯୋଗ ଲୋଡିଛନ୍ତି ସତ୍ୟଜିତ ସାହୁ । ଆଉ ଏଥିପାଇଁ ନେଇଛନ୍ତି ମିଲାପ୍ ଆପର ସହାୟତା । ସତ୍ୟଜିତଙ୍କ ବାପା ଗତ କିଛି ଦିନ ଧରି ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବାବେଳେ ଏବେ ତାଙ୍କ ପରିବାର ପାଖରେ ଗଚ୍ଛିତ ଥିବା ସମସ୍ତ ସଞ୍ଚୟ ସରିସାରିଲାଣି । ତେଣୁ ଏବେ ଶେଷରେ ନିଜ ବାପାଙ୍କ ଜୀବନ ବଞ୍ଚାଇବାକୁ ପୁଅ ସତ୍ୟଜିତ ସହାୟତା ଭିକ୍ଷା କରିଛନ୍ତି ।

ସତ୍ୟଜିତଙ୍କ ବାପା ରାମଚନ୍ଦ୍ର ସାହୁ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ୍ ଅଞ୍ଚଳରେ ଜଣେ ବ୍ଲକ୍ ଗ୍ରାଣ୍ଟ ସ୍କୁଲରେ ସାଧାରଣ କର୍ମଚାରୀ ଭାବେ କାଯ୍ୟରତ । ହେଲେ ଗତ ଏପ୍ରିଲ ୨୨ ତାରିଖରେ ତାଙ୍କର ଅକସ୍ମାତ ଦୁର୍ଘଟଣା ପରିବାରର ମେରୁଦଣ୍ଡ ଦୋହଲାଇ ଦେଇଛି । ଦୁର୍ଘଟଣାରେ ତାଙ୍କ ମେରୁଦଣ୍ଡ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ ସେ ଏବେ ଗୁରୁତର ଭାବେ  କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।  ୟା ଭିତରେ ପରିବାରର ସମସ୍ତ ସଞ୍ଚୟ ସରିସାରିଥିବାବେଳେ ତାଙ୍କର ଆଗାମୀ ସର୍ଜରୀ ପାଇଁ ପାଖାପାଖି ୧୦ ଲକ୍ଷ ଟଙ୍କାର ଆବଶ୍ୟକତା ଅଛି । ହେଲେ ଏତେ ଟଙ୍କା ଯୋଗାଡ କରିବା ରାମଚନ୍ଦ୍ରଙ୍କ ପରିବାର କିମ୍ବା ତାଙ୍କ ପୁଅ ସତ୍ୟଜିତଙ୍କ ପକ୍ଷେ ଅସମ୍ଭବ । ତେଣୁ ଅନ୍ୟ କିଛି ଉପାୟ ନପାଇ ସେ ଏବେ ସାହାଯ୍ୟ ଭିକ୍ଷା କରିଛନ୍ତି ।

  • ତେବେ ଆପଣ ଚାହିଁଲେ ସତ୍ୟଜିତଙ୍କୁ ଫୋନ୍ ପେ କିମ୍ବା ଗଗୁୁଲ ପେ ଜରିଆରେ ସାହାଯ୍ୟ କରିପାରିବେ  । ଫୋନ୍ ପେ/ଗୁଗୁଲ ପେ ନମ୍ବର -୭୯୭୮୫୧୫୩୯୭
  • ଏହାସହ ମିଲାପ ଆପ୍ ଜରିଆରେ ଆପଣ ସତ୍ୟଜିତଙ୍କ ବାପାଙ୍କୁ ବଞ୍ଚାଇବାକୁ ସହାୟତା କରିପାରିବେ – https://bit.ly/3isWqyp