କନକ ବ୍ୟୁରୋ: ରକ୍ତ କର୍କଟ ରୋଗର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଗୋପ୍ତିରା ଗାଁର ସରସ୍ୱତୀ ବାଇ । ପୁଅ ଝିଅ ବାହାଘର ପରେ ସ୍ୱାମୀ ବ୍ୟବସାୟ କରି ଯାହା ଆଣନ୍ତି ସେଥିରେ ସୁରୁଖୁରରେ ଚଳୁଥିଲା ପରିବାର । ଏବେ କିନ୍ତୁ ସରସ୍ୱତୀଙ୍କୁ ରକ୍ତ କର୍କଟ । ଅଭାବୀ ପରିବାରରେ ମାରାତ୍ମକ ରୋଗ ଯେମିତି ବୋଝ ଉପରେ ଲଳିତା ବିଡା ପାଲଟିଛି । ସ୍ୱାମୀ ନରେଶ ଦହିବରା ବ୍ୟବସାୟ କରନ୍ତି । ସେଥିରୁ ଯାହା କିଛି ରୋଜଗାର ହୁଏ ସ୍ୱାମୀ ସ୍ତ୍ରୀ ଚଳିଯାଉଥିଲେ । କିଛି ଦିନ ତଳେ ସ୍ତ୍ରୀ ସରସ୍ୱତୀଙ୍କ ବେକରେ ଫୁଲା ପଡିଥିଲା । ପରେ ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଙ୍କୁ ଦେଖାଇବା ପରେ ତାଙ୍କୁ ରକ୍ତ କର୍କଟ ହୋଇଥିବା ଜଣାପଡ଼ିଥିଲା । ଏହି ରୋଗର ଚିକିତ୍ସା ବ୍ୟୟ ବହୁଳ ହୋଇଥିବା ବେଳେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଏବେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ସ୍ୱାମୀ ନରେଶ ସ୍ତ୍ରୀର ସେବା ଓ ଘର କାମରେ ବ୍ୟସ୍ତ ରହୁଥିବା ବେଳେ ବ୍ୟବସାୟ କରିବା ସମ୍ଭବ ହେଉନାହିଁ । ସ୍ତ୍ରୀର ସ୍ୱାସ୍ଥ୍ୟ ବି ଦିନକୁ ଦିନ ବିଗିଡିବାକୁ ଲାଗିଛି । ଯାହା କିଛି ମାଗି ଯାଚି ଆଣୁଛନ୍ତି ତାହା ସମୁଦ୍ରକୁ ଶଙ୍ଖେ । ଯଦି କିଛି ସହୃଦୟ ବ୍ୟକ୍ତି କିମ୍ବା ସରକାରଙ୍କ ପକ୍ଷରୁ ମିଳନ୍ତା ତେବେ ସରସ୍ୱତୀଙ୍କ ସଂସାର ପୁଣି ହସି ଉଠନ୍ତା । ତେବେ ସରସ୍ୱତୀଙ୍କୁ ସହାଯ୍ୟ କରିବାକୁ ଚାହୁଥିଲେ…
- ଫୋନ ନମ୍ବର – ୭୭୫୧୮୩୬୯୨୬
- ଆକାଉଣ୍ଟ ନମ୍ବର – ୩୪୯୯୦୪୩୩୭୯୪
- ଆଇଏଫଏସସି ନମ୍ବର – SBIN0012059