କନକ ବ୍ୟୁରୋ : ସହାୟତା ମାଗୁଛି ୩ମାସର କୁନିଝିଅ । କୁନି କୁନି ପାଦ ମାଟିରେ ପଡିବା ପୂର୍ବରୁ, ମା କୋଳ ଛାଡିବା ପୂର୍ବରୁ କୁନି ଅନ୍ୱେଷା ଆଜି ମେଡିକାଲ ବେଡରେ ଜୀବନ ସହ ଲଢେଇ କରୁଛି । ତାର ସେଇ ଗୁଲୁଗୁଲିଆ ମୁହଁରେ ଆଉ ହସ ଦେଖିବାକୁ ମିଳୁନି । କାରଣ ଯନ୍ତ୍ରଣା ତା’ ହସକୁ ଲିଭାଇ ଦେଇଛି । ହୃତପିଣ୍ଡରେ ଛିଦ୍ର ଥିବାରୁ ଜୀବନ ବଞ୍ଚାଇବା କଷ୍ଟକର ହୋଇପଡ଼ିଛି । କୁନି ଝିଅର ଏଭଳି ଅବସ୍ତା ଦେଖି ଭାଙ୍ଗି ପଡିଛନ୍ତି ବାପା ମାଆ... ପ୍ରତି ମୁହୁର୍ତ୍ତରେ ମାଆ ଆଖିରୁ ଲୁହ ଝରୁଛି ।
ପୁରୀ ଜିଲ୍ଲା ପିପିଲି ବ୍ଲକ କାକୁଡିକୋସାଙ୍ଗ ଗାଁର ସଦାଶିବ ମିଶ୍ରଙ୍କ ତିନି ମାସର ଶିଶୁ କନ୍ୟା ହୃତପିଣ୍ଡ ସମସ୍ୟା ଭୋଗୁଛନ୍ତି । କୁନି ଝିଅର ଚିକିତ୍ସା ପାଇଁ ଭୁବନେଶ୍ୱର ଜଗନ୍ନାଥ ହସ୍ପିଟାଲରେ ଭର୍ତି କରିଥିଲେ ପରିବାର ଲୋକ । ହେଲେ ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବାରୁ ଏବେ ବେଙ୍ଗାଳୁରୁର ମଜୁମଦାର ସ' ମେଡିକାଲ ସେଣ୍ଟରରେ ଭର୍ତି କରାଯାଇଛି । କୁନି ଶିଶୁଟିର ଅସ୍ତ୍ରପ୍ରଚାର ବ୍ୟୟବହୁଳ ହୋଇଥିବାରୁ ଅର୍ଥ ବାଧକ ସାଜିଛି । ଲକ୍ଷାଧିକ ଟଙ୍କା ଆବଶ୍ୟକ ପଡ଼ୁଥିବାରୁ ମିଲାପ ଫାଉଣ୍ଡେସନ୍ ଜରିଆରେ ଏବେ ପାଣ୍ଠି ଯୋଗାଡ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ପରିବାର ଲୋକ । ତେଣୁ କୁନି ଅନ୍ୱେଷା ମୁହଁରେ ଟିକିଏ ହସ ଫୁଟାଇବା ପାଇଁ ଆପଣମାନଙ୍କ ସହାୟତା ନିହାତି ଆବଶ୍ୟ । ଆପଣମାନଙ୍କ ଛୋଟିଆ ସାହାଯ୍ୟ ଏହି କୁନି ଝିଅ ମୁହଁରେ ପୁଣି ଥରେ ହସ ଫୁଟାଇପାରିବ ।
https://milaap.org/fundraisers/support-baby-anwesha-mishra/deeplink?deeplink_type=paytm
ଶିଶୁଟିକୁ ସାହାଯ୍ୟ କରିବାକୁ ଚାହୁଁଥିଲେ ମିଲାପ ଫାଉଣ୍ଡେସନର ୱେବସାଇଟକୁ ଯାଇ ଆପଣ ଆର୍ଥିକ ସହାୟତା ଦେଇପାରିବେ । କିମ୍ବା ବାପା ସଦାଶିବ ମିଶ୍ରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ସିଧାସଳଖ ସାହାଯ୍ୟ ପଠାଇପାରିବେ ।