ଏଣିକି ବାଇକ୍ ପଛରେ ବସିଲେ ବି ପିନ୍ଧିବାକୁ ପଡିବ ହେଲମେଟ୍ । କାର୍ ଚାଳକ ସହ ଗାଡିରେ ବସିଥିବା ଅନ୍ୟ ବ୍ୟକ୍ତିଙ୍କୁ ବି ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ ।
କନକ ବ୍ୟୁରୋ: ଆହୁରୀ କଡାକଡି ହେବ ଟ୍ରାଫିକ ନିୟମ । ଏଣିକି ବାଇକ୍ ପଛରେ ବସିଲେ ବି ପିନ୍ଧିବାକୁ ପଡିବ ହେଲମେଟ୍ । ଦୁଇ ଚକିଆ ଯାନ ଚାଳକଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ଥିଲା । ଏବେ ପଛରେ ବସିବା ଲୋକ ବି ହେଲମେଟ୍ ପିନ୍ଧିବାକୁ ବାଧ୍ୟ ବୋଲି କହିଛନ୍ତି ସରକାର । ଏହାସହ ଆଇନ୍ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଦୁର୍ଘଟଣା କମେଇବା ପାଇଁ ଏଭଳି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ଏଣିକି ବାଇକ ଆରୋହୀ ଏବଂ ଗାଡି ପଛରେ ବସୁଥିବା ବ୍ୟକ୍ତି ମଧ୍ୟ ହେଲମେଟ୍ ପିନ୍ଧିବାକୁ ବାଧ୍ୟତାମୂଳକ କରାଯିବ । କେବଳ ଏତିକି ନୁହେଁ ଏଥିସହିତ କାର ଚାଳକଙ୍କ ସହ ଗାଡିରେ ବସିଥିବା ଅନ୍ୟ ସମସ୍ତ ଯାତ୍ରୀମାନଙ୍କୁ ବି ସିଟ୍ ବେଲ୍ଟ ପିନ୍ଧିବା ପାଇଁ ବାଧ୍ୟତାମୂଳକ କରାଯାଇଛି । ତେବେ ନୂଆ ମୋଟର ଯାନ ଆଇନର ସମୟ ସୀମା ସରିବା ପରେ ଏହାକୁ ରାଜ୍ୟବ୍ୟାପି କଡାକଡି ଭାବରେ ଲାଗୁ କରାଯିବା ନେଇ ପୁଣି ଥରେ ଚେତାବନୀ ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
୩ ମାସର ପରିବର୍ଦ୍ଧିତ ଅବଧି ସରିବା ପରେ ରାଜ୍ୟରେ ପୁଣି ଥରେ କଡାକଡି ଭାବେ ଲାଗୁ କରାଯିବ ନୂଆ ମୋଟର ଯାନ ଆଇନ । ପୁଣି ନିୟମ ଭାଙ୍ଗିଲେ ଚାଳକଙ୍କଠାରୁ ଆଦାୟ କରାଯିବ ମୋଟା ଅଙ୍କର ଫାଇନ । ତେବେ ଉଭୟ ବାଇକ୍ ଚାଳକ ଏବଂ ପଛରେ ବସିଥିବା ବ୍ୟକ୍ତିଙ୍କୁ ହେଲମେଟ ବିନ୍ଧିବାକୁ ବାଧ୍ୟତାମୂଲକ କରାଯିବା ସହ କାର ଚାଳକ ଏବଂ କାରରେ ବସିଥିବା ଅନ୍ୟ ଯାତ୍ରୀଙ୍କୁ ବି ସିଟ୍ ବେଲ୍ଟ ପିନ୍ଧିବାକୁ ବାଧ୍ୟତାମୂଳକ କରାଯିବ । ମାର୍ଚ୍ଚ ପହିଲାରୁ ଏହାକୁ ରାଜ୍ୟରେ କଡାକଡି କରାଯିବା ନେଇ ଦିଲ୍ଲୀରୁ ସଡକ ସୁରକ୍ଷା ସଂପର୍କିତ କେନ୍ଦ୍ରୀୟ ବୈଠକରେ ସାମିଲ ହୋଇ ଫେରିବା ପରେ କହିଛନ୍ତି ପଦ୍ମନାଭ ବେହେରା । ସେହିଭଳି ଏନଏଚ ତଥା ଏସଏଚରେ ମୋବାଇଲ ଭ୍ୟାନ ବୁଲିବ । ପ୍ରତି ୩୦ କିଲୋମିଟର ରାସ୍ତାରେ ରହିବ ସ୍ୱତନ୍ତ୍ର ସ୍କ୍ୱାର୍ଡ । ତେବେ ଅଧିକ ଷ୍ଟାପ ନିୟୋଜିତ ସହ ଅଧିକ ଗାଡି କିଣିବା ପାଇଁ ଅର୍ଥର ଆବଶ୍ୟକ ରହିଛି ତେଣୁ ଆର୍ଥିକ ସହାୟତା ମିଳିଲେ ସ୍କ୍ୱାର୍ଡ ରଖାଯିବ ବୋଲି କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ।