କନକ ବ୍ୟୁରୋ : ନୂଆ ବର୍ଷରୁ ଆଜିଠୁ ଗାଡି ଚାଳକଙ୍କୁ ଆଉ ମିଳିବନି ତ୍ରାହି । ଆଜି ଠାରୁ ହେଲମେଟ ଚେକିଂ ଜୋରଦାର । ଗାଡିରେ ଚାଳକଙ୍କ ସହିତ କେହି ବସିକି ଯିବାକୁ ହେଲେ ଦୁଇଜଣଙ୍କୁ ପିନ୍ଧିବାକୁ ପଡିବ ହେଲମେଟ୍ । ବାଇକ ଚଳାଉଥିବା ଓ ବସିଥିବା ଲୋକ ଉଭୟ ହେଲମେଟ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ନଚେତ୍ ସେମାନଙ୍କୁ ଫାଇନ ଦେବାକୁ ପଡିବ । ଏଥିସହ ଗାଡିର ଅନ୍ୟାନ୍ୟ କାଗଜପତ୍ର ଯାଂଚ କରାଯିବ ।
ଜାନୁଆରୀ ପହିଲାରୁ ହେଲମେଟ ଚେକିଂକୁ କଡାକଡି କରିବା ପାଇଁ ପୂର୍ବରୁ ଘୋଷଣା କରିଥିଲା ପରିବହନ ବିଭାଗ । ତେବେ ଅନ୍ୟାନ୍ୟ କାଗଜପତ୍ର ଯାଂଚ ଅବଧିକୁ ସରକାର ଘୁଂଚାଇ ଦେଇଛନ୍ତି । ରାଜ୍ୟରେ ଯେତିକି ଦୁର୍ଘଟଣା ଜନିତ ମୃତ୍ୟୁ ହେଉଛି ସେଥିରୁ ଅଧିକ ବାଇକ ଦୁର୍ଘଟଣାରେ ଘଟୁଛି । ତେଣୁ ହେଲମେଟ ପିନ୍ଧି ଗାଡି ଚଳାଇଲେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କମିବ ବୋଲି ଆଶା ରଖିଛନ୍ତି ରାଜ୍ୟ ସରକାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/9.jpg)