ନାଁ ଟଙ୍କା ନାଁ ସୁନା ଏଥର ଲୁଟେରାଙ୍କ ଟାର୍ଗେଟରେ ହେଲମେଟ୍ : ସିସିଟିଭିରେ କଏଦ୍ ହେଲା ହେଲମେଟ ଚୋରିର ପୁରା ଚିତ୍ର

139

କନକ ବ୍ୟୁରୋ : ସାବଧାନ ! ନଚେତ୍ ଚୋରି ହୋଇପାରେ ଆପଣଙ୍କ ହେଲମେଟ୍ । କଥା ଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଭିନ୍ନ ଧରଣର ଲୁଟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ । ନାଁ ଟଙ୍କା ନାଁ ସୁନା ଏଥର ଲୁଟେରାଙ୍କ ଟାଗେର୍ଟରେ ହେଲମେଟ । ଆଉ ଏହି ହେଲମେଟ ଚୋରୀର ପୁରା ଚିତ୍ର ସିସିଟିଭରେ କଏଦ ହୋଇଛି ।

ରାଜ୍ୟରେ ଡବଲ ହେଲମେଟ ଚେକିଂ ଜୋରଦାର ଚାଲିଥିବା ବେଳେ ଗଂଜାମ ହିଂଜିଳିକାଟୁରେ ଆରମ୍ଭ ହୋଇଯାଇଛି ହେଲମେଟ ଚୋରୀ । ପୋଲିସ ଫାଇନ କାଟିବା ଭୟରେ ବିନା ହେଲମେଟରେ ଯାତ୍ରା କରୁଥିବା ବ୍ୟକ୍ତି ହେଲମେଟ ଚୋରୀ କରୁଥିବାର ଦୃଶ୍ୟ ସିସିଟିଭରେ କଏଦ ହୋଇଛି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।