ଆଜିଠୁ ଜୋରଦାର ହେବ ହେଲମେଟ ଚେକିଂ : ବାଇକ ଚଳାଉଥିବା ଓ ବସିଥିବା ଲୋକ ଉଭୟ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ; ନହେଲେ ଗଣିବାକୁ ପଡିବ ତଣ୍ଡ

354

କନକ ବ୍ୟୁରୋ : ଆଜିଠୁ ହେଲମେଟ ଚେକିଂ ଜୋରଦାର । ବାଇକ ଚଳାଉଥିବା ଓ ବସିଥିବା ଲୋକ ଉଭୟ ହେଲମେଟ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ନଚେତ୍ ସେମାନଙ୍କୁ ଫାଇନ ଦେବାକୁ ପଡିବ । ଏଥିସହ ଗାଡିର ଅନ୍ୟାନ୍ୟ କାଗଜପତ୍ର ଯାଂଚ କରାଯିବ ।

ଜାନୁଆରୀ ପହିଲାରୁ ହେଲମେଟ ଚେକିଂକୁ କଡାକଡି କରିବା ପାଇଁ ପୂର୍ବରୁ ଘୋଷଣା କରିଥିଲା ପରିବହନ ବିଭାଗ । ତେବେ ଅନ୍ୟାନ୍ୟ କାଗଜପତ୍ର ଯାଂଚ ଅବଧିକୁ ସରକାର ଘୁଂଚାଇ ଦେଇଛନ୍ତି । ରାଜ୍ୟରେ ଯେତିକି ଦୁର୍ଘଟଣା ଜନିତ ମୃତ୍ୟୁ ହେଉଛି ସେଥିରୁ ଅଧିକ ବାଇକ ଦୁର୍ଘଟଣାରେ ଘଟୁଛି । ତେଣୁ ହେଲମେଟ ପିନ୍ଧି ଗାଡି ଚଳାଇଲେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କମିବ ବୋଲି ଆଶା ରଖିଛନ୍ତି ରାଜ୍ୟ ସରକାର ।