ଗାଡ଼ି ଚେକିଂ ଆଳରେ ପୁଲିସର ଜୁଲମ୍! ପରୀକ୍ଷାରୁ ବଞ୍ଚିତ ହେଲେ ପରୀକ୍ଷାର୍ଥୀ

Advertisment
ଏଣିକି ପାଖରେ ଡକ୍ୟୁମେଣ୍ଟ ନଥିଲେ ବି ଫାଇନ୍ ମାଗିପାରିବେନି ଟ୍ରାଫିକ୍ ପୋଲିସ । ଡିଜିଟାଲ୍ ପଦ୍ଧତିରେ ଗାଡି ସମ୍ପର୍କିତ ପ୍ରମାଣପତ୍ର ଦେଖାଇଲେ ଗ୍ରହଣୀୟ ହେବ ।

କନକ ବ୍ୟୁରୋ: ଏମିତି ଚେକିଂ କରୁଛି ଆମ କମିସନରେଟ୍ ପୁଲିସ। ଜରିମାନା ପାଇଁ ଟଙ୍କା ନ ଥିଲେ ବାଇକ୍ ଓ କାର୍ ଚାଳକଙ୍କଠାରୁ କେତେବେଳେ ଚେକିଂ ଆଳରେ ଡାଇଭ୍ରିଂ ଲାଇସେନ୍ସ ଛଡ଼ାଇ ରଖୁଛି ତ ଆଉ କେତେବେଳେ ଗାଡ଼ିର ମୂଳ କାଗଜପତ୍ର। ଏବେ କିନ୍ତୁ ସବୁ ସୀମା ପାର୍ କରି କିଛି ଚାକିରି ଆଶାୟୀ ପରୀକ୍ଷାର୍ଥୀଙ୍କ ପ୍ରବେଶିକାପତ୍ର କାର୍ଡ ଛଡ଼ାଇ ରଖିଥିଲା ପୁଲିସ। ଯେଉଁ କାରଣରୁ ଏକ ଗୁରୁତ୍ବପୂର୍ଣ୍ଣ ପରୀକ୍ଷା ଦେବାରୁ ସେମାନେ ବଞ୍ଚିତ ହୋଇଥିଲେ ପରୀକ୍ଷାର୍ଥୀ। ଏହି ଘଟଣାକୁ ନେଇ ସ୍ଥାନୀୟ ଡମଣା ଛକରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା। ଖବର ପାଇ ବରିଷ୍ଠ ପୁଲିସ ଅଧିକାରୀମାନେ ପହଞ୍ଚି ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ମିଳିଥିବା ସୂଚନା ମୁତାବକ, ଗତକାଲି ମଧ୍ୟାହ୍ନରେ ଡମଣା ଛକରେ ଟ୍ରାଫିକ୍ ପୁଲିସ୍ ପକ୍ଷରୁ ଚେକିଂ ଚାଲିଥିଲା। ଏହି ସମୟରେ କେତେକ ପରୀକ୍ଷାର୍ଥୀ କିଟ୍ କଲେଜକୁ ଏସଏସସି ପରୀକ୍ଷା ଦେବାକୁ ଯାଉଥିଲେ। କିନ୍ତୁ ଡମଣା ଛକରେ ଚେକିଂ କରୁଥିବା ପୁଲିସ ପରୀକ୍ଷାର୍ଥୀମାନଙ୍କୁ ରାସ୍ତାରେ ଅଟକାଇ ସେମାନଙ୍କ ଗାଡ଼ିର ବିଭିନ୍ନ ପ୍ରକାର କାଗଜପତ୍ର ଦେଖାଇବା ପାଇଁ କହିଥିଲେ। ପରୀକ୍ଷାର୍ଥୀମାନେ କିଟ୍ କଲେଜ୍ ନିକଟରେ ଚାଲିଥିବା ଏସଏସସି ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ବିଳମ୍ବ ହେଉଛି ବୋଲି ଦର୍ଶାଇ ପ୍ରବେଶିକାପତ୍ର ଦେଖାଇବାରୁ ପୁଲିସ ସେମାନଙ୍କୁ ନାଲି ଆଖି ଦେଖାଇବା ସହ ପ୍ରବେଶିକାପତ୍ର ଛଡ଼ାଇ ନେଇଥିଲା।

ପ୍ରତି ବଦଳରେ ସେମାନଙ୍କୁ ୫୦୦ଟଙ୍କା ଲେଖାଏଁ ଜରିମାନା ପଇଠ କରିବା ପାଇଁ କହିଥିଲା। ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ପରୀକ୍ଷାର୍ଥୀମାନଙ୍କୁ ଛାଡ଼ିଦେବା ପାଇଁ କହିଥିଲେ ହେଁ ଚେକିଂ ଦାୟିତ୍ବରେ ଥିବା ପୁଲିସ୍ କାହା କଥା ଶୁଣି ନଥିଲେ। ତେଣୁ ଛାତ୍ରଛାତ୍ରୀମାନେ ଅଳ୍ପ କିଛି ଜରିମାନା ଦେଇ ସେଠାରୁ ଚାଲି ଆସିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ପୁଲିସ୍ ସେମାନଙ୍କର ପ୍ରବେଶିକାପତ୍ର ଦେବାରେ ବିଳମ୍ବ କରିଥିଲା। ବିଳମ୍ବରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାରୁ ସେମାନେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ।

ଅପରପକ୍ଷରେ ପରୀକ୍ଷାରୁ ବଞ୍ଚିତ ପରୀକ୍ଷାର୍ଥୀମାନେ ଏନେଇ ଉଚ୍ଚ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବେ ବୋଲି ଜଣାଇଛନ୍ତି। ନିୟମ ଅନୁଯାୟୀ, ଜରିମାନା ଆଦାୟ ବେଳେ ବାଇକ୍ କିମ୍ବା କାର୍ ଚାଳକଙ୍କ ନିକଟରେ ଟଙ୍କା ନଥିଲେ ପୁଲିସ ଚାହିଁଲେ ମାମଲା ରୁଜୁ କରିପାରିବ। ଏପରିକି କାର୍ ଓ ବାଇକ୍ ମାଲିକଙ୍କୁ ନୋଟିସ୍ ମଧ୍ୟ କରିପାରିବ। କୌଣସି ପରିସ୍ଥିତିରେ ବାଇକ ଓ କାର୍ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ, ଗାଡ଼ି କାଗଜପତ୍ର ଓ ଅତ୍ୟାବଶକ କାଗଜପତ୍ର ରଖିପାରିବ ନାହିଁ ବୋଲି ନିୟମ ରହିଛି। କିନ୍ତୁ କମିସନରେଟ ପୁଲିସ ଟାର୍ଗେଟ୍ ପୂରଣ କରିବାକୁ ଯାଇ ଏଭଳି ବ୍ୟବହାର କରୁଥିବା ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe