ହାଇଦ୍ରାବାଦରୁ ଓଡିଶା ଫେରୁଛନ୍ତି ଅଭିନେତା ବିଜୟ ମହାନ୍ତି: ଆମ୍ବୁଲାନ୍ସ ଯୋଗେ ଭାଇଜାଗ ନିକଟରେ ପହଂଚିଥିବା ସୂଚନା; କାଲି ପହଂଚିବେ ଓଡିଶା

ଝିଅ ଘରକୁ ବୁଲିବାକୁ ଯାଇ ମେ’ ୨୭ ତାରିଖରେ ହୋଇପଡିଥିଲେ ଅସୁସ୍ଥ

2,268

କନକ ବ୍ୟୁରୋ: ହାଇଦ୍ରାବାଦରୁ ଭୁବନେଶ୍ୱର ଫେରୁଛନ୍ତି  ଓଡିଶାର ଲୋକପ୍ରିୟ ଅଭିନେତା ବିଜୟ ମହାନ୍ତି ।  ତାଙ୍କୁ ଭୁବନେଶ୍ୱର ଆଣିବା ପାଇଁ ଏକ ଘରୋଇ ହସ୍ପିଟାଲର ଡାକ୍ତରୀ ଟିମ୍ ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦରୁ ନେଇ ଫେରୁଛନ୍ତି । ଏବେ ସେ ବିଜୟୱାଡା ପାଖାପାଖି ପହଚିଂଥିବା ସୂଚନା ମିଳିଛି । ଭୁବନେଶ୍ୱର କ୍ରିଟିକାଲ କେୟାର ହସ୍ପିଟାଲର ମୁଖ୍ୟ ଡାକ୍ତର ପ୍ରଜ୍ଞାନ ରାଉତରାୟଙ୍କୁ ଆମେ ଫୋନରେ ଯୋଗାଯୋଗ କରିଥିଲୁ । ସେ ଏନେଇ ଆମକୁ ସୂଚନା ଦେଇଛନ୍ତି  ।

 

ବିଜୟ ମହାନ୍ତିଙ୍କ ଛାତ୍ର ତଥା ଅଭିନେତା ଅଖିଳ ପଟ୍ଟନାୟକଙ୍କ ପ୍ରୟାସରେ ସେ ଓଡିଶା ଫେରୁଥିବା ଜଣାପଡିଛି । ଝିଅ ଘରକୁ ହାଇଦ୍ରାବାଦ ଯାଇଥିବା ବେଳେ ସେଠାରେ ସେ ଗତ ୨୭ ତାରିଖରୁ ଅସୁସ୍ଥ ହୋଇପଡିଥିଲେ । ତେବେ ଲକଡାଉନ କାରଣରୁ ସେ ଓଡିଶା ଫେରିପାରୁନଥିଲେ । ତେବେ ତାଙ୍କୁ ଫେରାଇ ଆଣିବାଠାରୁ ଆରମ୍ଭ କରି ହସ୍ପିଟାଲରେ ଭର୍ତି କରିବା ଯାଏ ଦାୟିତ୍ୱ ନେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ବୋଲି ଜଣାପଡିଛି ।