ଗୁରୁବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମାକୁ ନେଇ ଶ୍ରୀମନ୍ଦିର ପରିସରରେ ବ୍ୟସ୍ତତା ରହିଥିବାବେଳେ ଏହିସମୟରେ ଏକ ହେଲିକପ୍ଟର ଦେଖିବାକୁ ମିଳିଥିଲା । ହଠାତ୍ ହେଲିକପ୍ଟରର ପ୍ରବେଶକୁ ନେଇ ପ୍ରଶାସନ, ପୁଲିସ୍ଙ୍କ ମଧ୍ୟରେ କିଛି ସମୟ ପାଇଁ ଚିନ୍ତା ବଢ଼ିଯାଇଥିଲା। ପରେ ହେଲିକପ୍ଟରଟି ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ବୁଲିବା ପରେ ବଡ଼ଦାଣ୍ଡ ହୋଇ ସମୁଦ୍ର ଦିଗରେ ପ୍ରସ୍ଥାନ କରିଥିଲା ।
ଅଚାନକ ଏଭଳି ଘଟଣାକୁ କେନ୍ଦ୍ରକରି ଚାପା ଗୁଞ୍ଜରଣ ଦେଖିବାକୁ ମିଳିଥିଲା। ତେବେ ପରବର୍ତ୍ତୀ ସମୟରେ ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ତାହା କୋଷ୍ଟଗାର୍ଡର ହେଲିକପ୍ଟର ଥିଲା । ତେବେ ଏନେଇ ପୂର୍ବରୁ ସବିଶେଷ ସୂଚନା ଦିଆ ନଯାଇ ଏଭଳି ଅଚାନକ ପ୍ରବେଶକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସୁରକ୍ଷାକୁ ନେଇ ପ୍ରଶାସନ ଏତେ ଯତ୍ନବାନ ହେଉଥିବା ବେଳେ ଅଚାନକ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ହେଲିକପ୍ଟର ଘୂରି ବୁଲିବାକୁ ଶ୍ରୀକ୍ଷେତ୍ରବାସୀ ନାପସନ୍ଦ କରିଛନ୍ତି।
Follow Us