ରବି ଋତୁ ପାଇଁ ହଟହଟା ଚାଷୀକୂଳ: ବିଲରେ ପାଣି ନ ମାଡିବାରୁ ନଷ୍ଟ ହେବାକୁ ବସିଲାଣି ହେକ୍ଟର ହେକ୍ଟର ଚିନା ବାଦାମ କ୍ଷେତ

111

କନକ ବ୍ୟୁରୋ: ରବି ରୁତୁ ଆରମ୍ଭ ରୁ ହଟହଟା ଚାଷୀ କୁଳ । ବିଲରେ ପାଣି ନ ମାଡିବାରୁ ହେକ୍ଟର ହେକ୍ଟର ଚିନା ବାଦାମ କ୍ଷେତ ଏବେ ନଷ୍ଟ ହବାକୁ ବସିଲାଣି । ସେପଟେ କେନାଲ ମରାମତି କଥା କହି ଦୋଶ ଲଦା ଲଦି ହୋଉଛନ୍ତି ଜଳସେଚନ ଓ ପୌର ପରିଷଦ । ଆଉ ବାର ଦୁଆର ବୁଲି ବୁଲି କୌଣସି ସୁଫଳ ନ ପାଇ ଏବେ ନିଜ ଭାଗ୍ୟ କୁ ଆଦରି ପଡିଛନ୍ତି ମାଲକାନଗିରି ତମସା ପଂଚାୟତ ଓ ପୌରାଂଚଳର ଚାଷୀ ।

ରବି ଫସଲ ଆରମ୍ଭରୁ ସମସ୍ୟା । ବିଲକୁ ମାଡି ପାରୁନି କେନାଲ ପାଣି । ମାଲକାନଗିରି ଜିଲ୍ଲା ସଦର ମହକୁମାର ଆଖପାଖ ଗାଁ ତଥା ତମସା ଗାଁରେ ଏହି ସମସ୍ୟା ଦେଖିବାକୁ ମିଳିଛି । ଧାନ ଚାଷ ସାରି ପ୍ରତିବର୍ଷ ପରି ଏଥର ମଧ୍ୟ ନିଜ ବିଲରେ ଚିନା ବାଦାମ ଚାଷ କରି ଥିଲେ ମାଲକାନଗିରିର ବିଭିନ୍ନ ଅଂଚଳର ଚାଷୀ ମାନେ । ବର୍ଷା ପରେ ପରେ ଓଦା ଜମିରେ ଚିନାବାଦମ ଚାଷ ସିନା କରି ଦେଲେ । ହେଲେ ଚିନା ବାଦାମ ଚାରା ବଡ ହେଲା ବେଳକୁ ବିଲରେ ଆଉ ପାଣି ଯୋଗାଇ ପାରୁନାହାନ୍ତି ଚାଷୀ କୁଳ । କାରଣ କେନାଲରେ ଆଉ ପାଣି ଯୋଗାଉ ନାହାନ୍ତି ଜଳ ସେଚନ ବିଭାଗ । ମାଲାକନଗିରି ଏମଭି ୪୩ ଗାଁ ର ଚାଷୀ ଖଗେନ ମଣ୍ଡଳ ଏକର ପିିଛା ୨୫ ହଜାର ଦରରେ ଓ ଖଗେନ ମଣ୍ଡଳ ୪ ଏକର ଜମିରେ ୧ ଲକ୍ଷ ଟଙ୍କା ଖର୍ଚ କରିଛନ୍ତି । ପାଣି ନମାଡିବାରୁ ଚାଷ ନଷ୍ଟ ହୋଇଯିବ । ଆଉ କ୍ଷତିରେ ପଡିବେ ଚାଷୀକୁ । ଏନେଇ ଚିନ୍ତାରେ ପଡିଛନ୍ତି ଚାଷୀ ।

ସୁଖିଲା ପଡିଛି କେନଲା । ବନ୍ଧ ଭାଙ୍ଗି ସୌନ୍ଦର୍ଯ୍ୟକରଣ କରୁଛି ପୌରପରିଷଦ । ସତିଗୁଡା ଜଳ ଭଣ୍ଡାରେରୁ ବାହାରି ଥିବା କେନାଲ ମାଲକାନଗିରି ପୌରାଂଚଳ ର ଏହି ବଡ ପୋଖରି ଦେଇ ତାମସା ଦିଗକୁ ଯାଇ ଥାଏ । ରବି ଫସଲ ସମୟରେ ପ୍ରାୟ ୧୦୦୦ ହେକ୍ଟର ଚାଷ ଜମିକୁ ଜଳ ସେଚନ ହୋଇଥାଏ । ତେବେ ଚାଷ ସମେୟରେ ପୌର ପରିଷଦ ମୁକ୍ତା ଯୋଜନାରେ ବୃହତ ପୋଖରିର ପୁନରୁଦ୍ଧାର କାମ କରୁଥିବାରୁ ଏପରି ପରିସ୍ଥିତି ଉପୁଜୁଛି । ଏ ନେଇ ବାରମ୍ବାର ଚାଷୀ ମାନେ ବାରମ୍ବାର ଅଭିଯୋଗ କରିବା ସହ ସମାଧାନ ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି । ମାଲକାନଗିରି ଜିଲ୍ଲାରେ ଚାଷୀଙ୍କୁ ଉଚିତ ସମୟରେ କେନାଲ ପାଣି ଯୋଗାଯାଇପାରିଲେ ସେମାନେ ଉପକୃତ ହାଇପାରିବେ ।