ପ୍ରଚାର ମୈଦାନରେ ହେଭିୱେଟ । ବିଜେପି ପାଇଁ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ ପ୍ରଭାରୀ ପୁରନ୍ଦେଶ୍ୱର । ବିଜେଡି ପାଇଁ ଭୋଟ୍ ମାଗିଲେ ସାଂସଦ ଅଚ୍ୟୁତ ସାମନ୍ତ

136

କନକ ବ୍ୟୁରୋ:ପୁରନ୍ଦେଶ୍ୱରୀ, ବିଶ୍ୱେଶ୍ୱର ଟୁଡୁ ଓ ଅଚ୍ୟୁତ ସାମନ୍ତ । ପଞ୍ଚାୟତ ନିର୍ବାଚନ ପାଇଁ ଆଉ ଗୋଟିଏ ସପ୍ତାହରୁ କମ ସମୟ ରହିଯାଇଛି । ଆଉ ନିଜ ଦଳ ପ୍ରାର୍ଥୀଙ୍କୁଲ ଜିତାଇବାକୁ ପୁରା ଦମରେ ଲାଗିପଡିଛନ୍ତି ହେଭିୱେଟ ।

  • ବିଜେପି ଟାର୍ଗେଟେର ତେଲୁଗୁ ଭୋଟର
  • ପ୍ରଚାର ମୈଦାନରେ ବିଜେପି ପ୍ରଭାରୀ ପୁରୁନ୍ଦେଶ୍ୱରୀ

ରାୟଗଡାରେ ତେଲୁଗୁ ଭାଷାଭାଷୀ ଭୋଟରଙ୍କ ଖାସ ପ୍ରଭାବ ରହିଛି । ଆଉ ଏହି ଭୋଟକୁ ନିଜ ଆଡକୁ ଟାଣିବା ପାଇଁ ବିଜେପି ଓଡିଶା ପ୍ରଭାରୀ ପୁରୁନ୍ଦେଶ୍ୱରୀକୁ ପ୍ରଚାର କାମରେ ଲଗାଇଛି । ପୁରୁନ୍ଦେଶ୍ୱରୀ ପଡୋଶୀ ଆନ୍ଧ୍ରରୁ ଆସୁଥିବାରୁ ତାଙ୍କ ପ୍ରଚାରର ପ୍ରଭାବ ପଡିବ ବୋଲି ଦଳ ଲକ୍ଷ୍ୟ ରଖିଛି । ତେଣୁ ରାୟଗଡାର ମୁକୁନ୍ଦପୁରରେ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେପି ଓଡିଶା ପ୍ରଭାରୀ । ରାମନାଗୁଡାରେ ବି ସେ ପୂର୍ବରୁ ପ୍ରଚାର କରିଥିଲେ ।

ମୋଦିଙ୍କ ବିକାଶର ବାର୍ତ୍ତା ବାଣ୍ଟିଲେ ବିଶ୍ୱେଶ୍ୱର

ବସ୍ତା ଅଞ୍ଚଳରେ ବିଜେପି ପାଇଁ କ୍ୟାମ୍ପେନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ମୟୁରଭଞ୍ଜରେ ସରକାରୀ କର୍ମଚାରୀଙ୍କୁ ମାଡ ମରିଥିବା ଅଭିଯୋଗ ପରେ ଚର୍ଚ୍ଚାରେ ଥିବା ଏହି କେନ୍ଦ୍ରମନ୍ତ୍ରୀ ପତ୍ରଝଡା ପଞ୍ଚାୟତରେ ମୋଦିଙ୍କ ବିକାଶର ବାର୍ତ୍ତା ବାଣ୍ଟିଥିଲେ । ଏଠାରେ ଅନୁସୂଚିତ ଜନଜାତି ଭୋଟରଙ୍କ ସଂଖ୍ୟା ଅଧିକ ଥିବାରୁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଚାର ମୈଦାନକୁ ଓହ୍ଳାଇଛି ବିଜେପି ।

ସେପଟେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ନିଜ ସଂସଦୀୟ କ୍ଷେତ୍ରରେ ପଞ୍ଚାୟତ ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରିଛନ୍ତି । ଜିଲ୍ଲାର ବିଭିନ୍ନ ଜୋନର ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ଏଠାରେ ବି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସପକ୍ଷରେ କହିବା ସହ ଜିଲ୍ଲାଷଦ ପ୍ରାର୍ଥୀଙ୍କ ପାଇଁ ଘରକୁ ଘର ବୁଲି ପ୍ରଚାର କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ।