କନକ ବ୍ୟୁରୋ: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର । ବିଭିନ୍ନ ଦଳର ପ୍ରାର୍ଥୀଙ୍କ ପାଇଁ ଆଜି ପଚାର କରିବେ ହେଭିୱେଟ ନେତା । ଏହି କ୍ରମରେ ଆଜି ବ୍ରଜରାଜନଗରରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପି ପ୍ରାର୍ଥୀ ରାଧାରଣୀ ପଣ୍ଡାଙ୍କ ପାଇଁ ଭୋଟ ମାଗିବା ସହ ସଂଧ୍ୟାରେ କରିବେ ରୋଡ଼ ସୋ । ବେଲପାହାଡ, ବ୍ରଜରାଜନଗର, ଲଖନପୁର ବ୍ଲକର ବିଭିନ୍ନ ପଂଚାୟତରେ ରୋଡ୍ ସୋ କରିବା ସହିତ ବୈଠକ କରିବେ । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶର ଟୁଡୁ ମଧ୍ୟ ପ୍ରଚାର କରିଥିଲେ ରାଧାରାଣୀଙ୍କ ପାଇଁ ।
ଆଗାମୀ ଦିନରେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ମଧ୍ୟ ପ୍ରଚାର କରିବାକୁ ଆସିବେ ବୋଲି ସୂଚନା ରହିଛି । ଭୋଟକୁ ଆଉ ସପ୍ତାହେ ଥିବାବେଳେ ବିଭିନ୍ନ ରାଜନୈତିକ ଦଳ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି । ଆଜି କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କ ପାଇଁ ମଧ୍ୟ ନିରଞ୍ଜନ ପଟ୍ଟନାୟକ ମୈଦାନକୁ ଓହ୍ଲାଇପାରନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/9-27.jpg)