କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ପରିବର୍ତ୍ତନର ହାୱା ବହିଛି । ୨୪ ବର୍ଷର ବିଜେଡି ସରକାରର ପତନ ହୋଇଥିବା ବେଳେ ସ୍ପଷ୍ଟ ବହୁମତ ସହ ସରକାର ଗଢିବ ବିଜେପି । ତେବେ ଏହି ନିର୍ବାଚନରେ ଅନେକ ନୂଆ ଚେହେରା ବିଜୟୀ ହୋଇଥିବା ବେଳେ ଅନେକ ହେଭିୱେଟ ମଧ୍ୟ ପରାଜୟର ସ୍ୱାଦ ଚାଖିଛନ୍ତି । ୧୧ ମନ୍ତ୍ରୀ ଚିତପଟାଙ୍ଗ ମାରିଥିବା ବେଳେ ବାରମ୍ବାର ବିଜୟୀ ହୋଇ ଆସୁଥିବା ବରିଷ୍ଠ ବିଧାୟକ ମାନେ ମଧ୍ୟ ପରାଜିତ ହୋଇଛନ୍ତି ।

ମନ୍ତ୍ରୀ ଭାବେ ବିକ୍ରମ ଆରୁଖ, ଅଶୋକ ପଣ୍ଡା, ଅତନୁ ସବ୍ୟସାଚୀ ନାୟକ, ଜଗନ୍ନାଥ ସାରକା, ପ୍ରଦୀପ କୁମାର ଅମାତ, ପ୍ରଫୁଲ୍ଲ କୁମାର ମଲ୍ଲିକ, ସୁଦାମ ମାର୍ଣ୍ଡି, ଟୁକୁନି ସାହୁ, ବାସନ୍ତୀ ହେମ୍ବ୍ରମ୍, ପ୍ରୀତିରଞ୍ଜନ ଘଡେଇ, ରୀତା ସାହୁ ପରାଜିତ ହୋଇଛନ୍ତି । ସେହିଭଳି ବିଜେଡିର ବରିଷ୍ଠ ନେତା ଭାବେ ଦେବୀ ପ୍ରସାଦ ମିଶ୍ର, ପ୍ରୀତିରଞ୍ଜନ ଘଡେଇ, ପ୍ରଫୁଲ୍ଲ ସାମଲ, ସ୍ନେହାଙ୍ଗିନୀ ଛୁରିଆ, ସୁଶାନ୍ତ ସିଂ ପରାଜିତ ହୋଇଛନ୍ତି ।

ବିଜେପିର ବରିଷ୍ଠ ନେତା ଭାବେ ରାଜ୍ୟ ସଭାପତି ମନମୋହନ ସାମଲ, ଦିଲ୍ଲୀପ ରାୟ, କୁସୁମ ଟେଟେଙ୍କୁ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡିଛି । କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ପଟ୍ଟନାୟକ, ଭକ୍ତ ଦାସଙ୍କୁ ମଧ୍ୟ ପରାଜୟର ମୁହଁ ଦେଖିବାକୁ ପଡିଛି ।