image courtesy - www.firstpost.com
କନକ ବ୍ୟୁରୋ : ରାତିପାହିଲେ ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ପଡିବ । ୧୯ ଯୁଦ୍ଧର ପଞ୍ଚମ ଅଧ୍ୟାୟରେ କାଲି ଅନେକ ହେଭିୱେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି । ବିଶେଷ କରି ଏହି ପଞ୍ଚମ ପର୍ଯ୍ୟାୟ ମତଦାନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଗୃହମନ୍ତ୍ରୀ ରାଜନାଥ ସିଂହ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଆଦି ଜଣାଶୁଣା ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ପାଇଁ ଭୋଟ୍ ଗ୍ରହଣ ହେବ । ୭ଟି ରାଜ୍ୟର ସମୁଦାୟ ୫୧ଟି ସଂସଦୀୟ କ୍ଷେତ୍ରରେ ମତ ଗ୍ରହଣ ହେବ ।
ଉତ୍ତରପ୍ରଦେଶରେ ୧୪ଟି ଆସନ, ରାଜସ୍ଥାନରେ ୧୨ଟି, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶରେ ୭ଟି ଲେଖାଏଁ, ବିହାରରେ ୫ଟି, ଝାଡଖଣ୍ଡରେ ୪ଟି ଆସନ ଓ ଜମ୍ମୁ-କଶ୍ମୀରର ଲଦାଖ, ଅନନ୍ତନାଗ ସଂସଦୀୟ କ୍ଷେତ୍ରରୁ ୨ଟି ଆସନ ପାଇଁ ମତ ଗ୍ରହଣ ହେବ । ଏହି ପର୍ଯ୍ୟାୟ ନିର୍ବାଚନ ବିଜେପି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ । ଗତ ୨୦୧୪ ନିର୍ବାଚନରେ ବିଜେପି ଉତ୍ତରପ୍ରଦେଶରୁ ସମୁଦାୟ ୧୪ରୁ ୧୨ଟି ଆସନରେ ବିଜୟ ଲାଭ କରିଥିଲା । ଏଥର ବିଜେପିକୁ ଟକ୍କର ଦେଉଛନ୍ତି ଏସ୍ପି, ବିଏସ୍ପି ଏବଂ ଆର୍ଏଲ୍ଡି । ଏମାନେ ଗତ ନିର୍ବାଚନରେ ପୃଥକ ଭାବେ ନିର୍ବାଚନ ଲଢ଼ିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
   Follow Us
 Follow Us/kanak/media/post_attachments/wp-content/uploads/2019/05/candiates-for-fifht-phase-1280.jpg)