କନକ ବ୍ୟୁରୋ : ବଡ଼ ନେତାଙ୍କ ବଡ଼ ପରୀକ୍ଷା । ଇଭିଏମ୍ ଭିତରେ ସିଲ୍ ହେଲା ନେତାଙ୍କ ଭାଗ୍ୟ । ୪ ଲୋକସଭା, ୪୧ ବିଧାନସଭା, ଆଉ ଏହି ନିର୍ବାଚନ କ୍ଷେତ୍ର ଭିତରେ ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି ଓଡ଼ିଶା ରାଜନୀତିର ଏକାଧିକ ତୁଙ୍ଗ ନେତା । ରାଜ୍ୟ ମନ୍ତ୍ରୀମଣ୍ଡଳର ୪ ବରିଷ୍ଠ ମନ୍ତ୍ରୀ, ମାହାଙ୍ଗାରୁ ପ୍ରତାପ ଜେନା, ଭୋଗରାଇରୁ ଅନନ୍ତ ଦାସ, କେନ୍ଦ୍ରାପଡ଼ାରୁ ଶଶିଭୂଷଣ ବେହେରା ଏବଂ ଭଣ୍ଡାରୀ ପୋଖରୀରୁ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର ।

Advertisment

ମନ୍ତ୍ରୀଙ୍କ ବ୍ୟତୀତ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମହାକାଳପଡ଼ାରୁ ଅତନୁ ସବ୍ୟସାଚ୍ଚୀ ନାୟକ, ଆଳିରୁ ପ୍ରତାପ କେଶରୀ ଦେବ, ଯାଜପୁରରୁ ପ୍ରଣବ ପ୍ରକାଶ ଦାସ, ଧର୍ମଶାଳାରୁ ପ୍ରଣବ ବଳବନ୍ତରାୟ, ବାଙ୍ଗିରିପୋଷୀରୁ ସୁଦାମ ମାରାଣ୍ଡି, ଭଣ୍ଡାରୀପୋଖରୀରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜଗତସିଂହପୁରରୁ ଚିରଞ୍ଜୀବ ବିଶ୍ୱାଳ, ସାଲେପୁରରୁ ପ୍ରକାଶ ବେହେରା ଏବଂ ଏରସମା ବାଲିକୁଦାରୁ ଦାମୋଦର ରାଉତ ଭାଗ୍ୟ ପରୀକ୍ଷା କରିଛନ୍ତି ।

publive-imageଏପଟେ ଲୋକସଭା କ୍ଷେତ୍ରରେ ବଡ଼ ବଡ଼ ନେତା ନିଜର ରାଜନୈତିକ ଭବିଷ୍ୟତର ପରୀକ୍ଷା କରିଛନ୍ତି । କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେପିରୁ ବୈଜୟନ୍ତ ପଣ୍ଡା, ବିଜେଡିରୁ ଅନୁଭବ ମହାନ୍ତି ଏବଂ କଂଗ୍ରେସରୁ ଧରଣୀଧର ନାୟକଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇସାରିଛି । ବାଲେଶ୍ୱରରୁ ରବିନ୍ଦ୍ର କୁମାର ଜେନା, ନବଜ୍ୟୋତି ପଟ୍ଟନାୟକ ଏବଂ ପ୍ରତାପ ଚନ୍ଦ୍ର ଷଡଙ୍ଗୀ । ସେହିପରି ଜଗତସିଂପୁରରୁ ରାଜଶ୍ରୀ ମଲ୍ଲିକ, ପ୍ରତିମା ମଲ୍ଲିକ, ବିଭୁପ୍ରସାଦ ତରାଇଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି ।

ଏସବୁ ଭିତରେ ପ୍ରମୁଖ ନେତାଙ୍କ ପୁଅମାନେ ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି । ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ, ଅର୍ଜୁନ ସେଠୀଙ୍କ ପୁଅ ଅଭିମନ୍ୟୁ ସେଠୀ, ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ ଏବଂ ଦାମ ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କ ମଧ୍ୟ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର । ଆଉ ଏହାରି ଭିତରେ ସମସ୍ତଙ୍କ ଅପେକ୍ଷା ରହିଛି ଆସନ୍ତା ମେ ମାସ ୨୩ ତାରିଖକୁ, ଯେତେବେଳେ ସ୍ପଷ୍ଟ ହୋଇଯିବ ଜନମତ କାହା ସପକ୍ଷରେ ଯାଉଛି, କାହାକୁ ଭରସୁଛନ୍ତି ଭୋଟର ଏବଂ ନିର୍ବାଚନୀ ରଣାଙ୍ଗନରେ କାହାର ହେଉଛି ବିଜୟ ?