ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ:୨୪ ଘଂଟାରେ ନେବ ଅବପାତର ରୂପ, ପ୍ରଭାବରେ ୨୦ ଓ ୨୧ରେ ପ୍ରବଳ ବର୍ଷା ସମ୍ଭାବନା,୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

Advertisment
ମାଡି ଆସୁଛି ବର୍ଷା । ୨୫ ଓ ୨୬ ତାରିଖ ପାଇଁ ଅରେଞ୍ଜ ଆଲର୍ଟ ଜାରିକଲା ପାଣିପାଗ ବିଭାଗ

କନକ ବ୍ୟୁରୋ: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ମିଆଁଁମାର ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ। ଫଳରେ ଆସନ୍ତା ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଲଘୁଚାପ ପ୍ରଭାବରେ ଆଜି ରାଜ୍ୟର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ମାତ୍ର ୨୦ ଓ ୨୧ ତାରିଖ ଦୁଇଦିନ ଧରି ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ସାଙ୍ଗକୁ ପବନ ବହିବ।

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ୧୯ ତାରିଖରେ ଦୁଇ ତିନୋଟି ଜିଲ୍ଲାରେ ବଜ୍ରପାତ ସହିତ ବର୍ଷା ହେବ ଏବଂ ୨୦ ତାରିଖରେ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି, ପୁରୀ, କନ୍ଧମାଳ, କଳାହାଣ୍ଡି ଏବଂ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ। ୨୨ ତାରିଖ ବେଳକୁ ବର୍ଷାର ପରିମାଣ ହ୍ରାସ ପାଇବ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ସୁରେନ୍ଦ୍ର ନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ, କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ଓ ତତ୍‌ସଂଲଗ୍ନ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।

ଆଜି ଏହା ପଶ୍ଚିମ ଦିଗକୁ ଗତି କରିବ। ୨୦ ତାରିଖ ସକାଳୁ ଲଘୁଚାପ ଓଡ଼ିଶା ସଂଲଗ୍ନ ଉପକୂଳ ଅଞ୍ଚଳ ଅତିକ୍ରମ କରିବ ଏବଂ ୨୧ ତାରିଖରେ ଦକ୍ଷିଣ ଛତିଶଗଡ଼ ଅତିକ୍ରମ କରିବ। ଏହା ଫଳରେ ୨୦ ତାରିଖରେ ପୁରୀଠାରୁ ଭଦ୍ରକ ପର୍ଯ୍ୟନ୍ତ ସମୁଦ୍ର ଉପକୂଳ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବ। ଏହାପରେ ଲଘୁଚାପ ଉତ୍ତର ଦିଗକୁ ଗତିକରି ୨୧ ତାରିଖରେ ଖୋର୍ଦ୍ଧାଠାରୁ କଳାହାଣ୍ଡି ପର୍ଯ୍ୟନ୍ତ ଏବଂ ଦକ୍ଷିଣ ଓଡ଼ିଶାରେ ଭୀଷଣ ବର୍ଷିବ। ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁଙ୍କ ଆକଳନ ଅନୁଯାୟୀ, ସନ୍ଧ୍ୟାରୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ୨୦ ତାରିଖରେ ଅବପାତର ରୂପ ନେବ। ଏହାର ପ୍ରଭାବରେ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe