କନକ ବ୍ୟୁରୋ: ଧାମନଗରରେ ୨୬ରେ ପ୍ରଚାର ମୈଦାନକୁ ଓହ୍ଲାଇବେ ହେବିୱେଟ ନେତା । ବିଜେପିର ୩ ଜଣ କେନ୍ଦ୍ରମନ୍ତ୍ରୀ ପ୍ରଚାର ମୈଦାନକୁ ଓହ୍ଲାଇବେ । ୨୭ ଓ ୨୮ରେ ପ୍ରଚାର ମଙ୍ଗ ଧରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେଡି ମଧ୍ୟ ଦଳର ପ୍ରାର୍ଥୀକୁ ବିଜୟ କରିବା ପାଇଁ ଜୋରଦାର ପ୍ରଚାର ଚଳାଇଛି । ଦରକାର ପଡ଼ିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାରକୁ ଯାଇପାରନ୍ତି ବୋଲି ବିଜେଡିର ସାଧାରଣ ସମ୍ପାଦକ କହିଛନ୍ତି ।

Advertisment
  • ଧାମନଗରରେ ଚାଲିଛି ସମ୍ମାନର ଲଢେଇ
  • ୨୬ରୁ ଜମିବ ହେଭିୱେଟଙ୍କ ପ୍ରଚାର

ଧାମନଗରରେ ଉପ ନିର୍ବାଚନ ଏବେ ସବୁ ଦଳ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି । ୩ ଦଳ ଜୋରସୋରରେ ପ୍ରଚାର ଆରମ୍ଭ କରିଛନ୍ତି । ଏବେ ୨୬ ତାରିଖରୁ ଜମିବ ହେଭିୱେଟ ନେତାଙ୍କ ପ୍ରଚାର । ବିଜେପିରୁ ୩ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡୁ ପ୍ରଚାର ମୈଦାନକୁ ଓହ୍ଲାଇବେ । ୨୭ ଓ ୨୮ ତାରିଖରେ ପ୍ରଚାର କରିବେ ଧର୍ମେନ୍ଦ୍ର ପ୍ରଧାନ । ସେହିଭଳି ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁ ମଧ୍ୟ ଧାମନଗରରେ ପ୍ରଚାର କରିବେ । ଉପନିର୍ବାଚନରେ ବିଜେଡି ବି ଜୋରଦାର ପ୍ରଚାର ଚଳାଇଛି । ବିଜେଡି କହିଛି ଆବଶ୍ୟକ ପଡିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ପ୍ରଚାରକୁ ଯାଇପାରନ୍ତି ।

  • ଧାମନଗରରେ ପ୍ରସଙ୍ଗ ପାଲଟିଛି ମେଡିକାଲ କଲେଜ
  • ସରକାରଙ୍କୁ ଘେରୁଛନ୍ତି ବିରୋଧୀ
  • ବେକାରୀ ବି ପାଲିଟିଛି ମୁଦ୍ଦା

ଭୋଟଦାନ ତାରିଖ ପାଖେଇ ଆସୁଥିବା ବେଳେ ଧାମନଗରରେ ନେତାଙ୍କ ଭିଡ ଦେଖିବାକୁ ମିଳିଛି । ଦୀପାବଳିରେ ବିଜେଡି ଓ ବିଜେପିର ପ୍ରାର୍ଥୀ ରୋଡ ଶୋ କରି ଘରକୁ ଘର ବୁଲି ଶକ୍ତି ପ୍ରଦର୍ଶନ କରିଛନ୍ତି । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଅସୁରାଳ, ଘଡିଆଳି ଓ କଟସାହିରେ କରିଛନ୍ତି ରୋଡ ଶୋ । ପ୍ରଚାରରେ ଅମର ଶତପଥୀ ବି ସାମିଲ ହୋଇଥିଲେ । ଅସୁରାଳିରେ ବିଜେପି ପାଇଁ ପ୍ରଚାର କରିଛନ୍ତି ମନମୋହନ ସାମଲ । ସୋମବାର ପ୍ରଚାର ବେଳେ ବେକାରୀ ସମସ୍ୟା ଉଠିଥିଲା । ଧାମନଗରରେ ବିଜେଡି-ବିଜେପି ପ୍ରଚାରକୁ ଜୋରଦାର କରିଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଓ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ବି ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ଏବେ ଅପେକ୍ଷା ଅସଲ ଲଢେଇକୁ ।