ଗଣତନ୍ତ୍ରର ମହାପର୍ବରେ ଭୋଟ ଦେଲେ ରାଜ୍ୟର ହେଭିୱେଟ ନେତା । କଟକରେ ଅନୁଭବ, ତାଳଚେରରେ ଧର୍ମେନ୍ଦ୍ର ଦେଲେ ଭୋଟ ।

Advertisment
ଗଣତନ୍ତ୍ରର ମହାପର୍ବରେ ଭୋଟ ଦେଲେ ରାଜ୍ୟର ହେଭିୱେଟ ନେତା । କଟକରେ ଅନୁଭବ, ତାଳଚେରରେ ଧର୍ମେନ୍ଦ୍ର ଦେଲେ ଭୋଟ ।

କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି ରହିଛି । ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ଚାଲିଛି । ଆଉ ଗଣତନ୍ତ୍ରର ଏହି ମହାପର୍ବରେ ନିଜର ମତାଧିକାର ସାବ୍ୟସ୍ତ କରିଛି ରାଜ୍ୟ ରାଜନୀତିର ହେଭିୱେଟ ନେତା । ଲମ୍ବା ଧାଡିରେ ଛିଡା ହେବା ସହ ନିଜର ମୂଲ୍ୟବାନ ଭୋଟ ଦେଇଛନ୍ତି ହେଭିୱେଟ ଚେହେରା । ବିଜେଡି, ବିଜେପି ଓ କଂଗ୍ରେସର ବଡ ଚେହେରା ତଥା ଚଳିତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ନେତା ଭୋଟ ଦେଉଥିବାର ଦେଖିବାକୁ ମିଳିଛି ।

publive-imageବିଜେଡିର କେନ୍ଦ୍ରାପଡା ଲୋକସଭା ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି କଟକରେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । ଲମ୍ବା ଲାଇନରେ ଛିଡା ହେବା ସହ ଭୋଟ ଦେଇଛନ୍ତି ଅନୁଭବ । ସେହିଭଳି ଖଣ୍ଡପଡାରୁ ବିଜେଡି ବିଧାୟକ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଖଣ୍ଡପଡାରେ ଭୋଟ ଦେଇଛନ୍ତି । ସେହିଭଳି ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ, ନଳିନୀ ପ୍ରଧାନ ପ୍ରମୁଖ ନିଜ ଅଞ୍ଚଳରେ ଭୋଟ ଦେଇଛନ୍ତି । ଏହାଛଡା ଅନ୍ୟ ମାନଙ୍କୁ ମଧ୍ୟ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ।

ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନିଜ ପରିବାରବର୍ଗଙ୍କ ସହ ଲମ୍ବା ଲାଇନରେ ଛିଡା ହେବା ସହ ଭୋଟ ଦେଇଛନ୍ତି । ସେହିଭଳି ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ମଧ୍ୟ ନିଜର ମୂଲ୍ୟବାନ ଭୋଟ ଦେଇଛନ୍ତି । କଂଗ୍ରେସ ନେତାଙ୍କ ମଧ୍ୟରୁ କଟକ ଲୋକସଭା ପ୍ରାର୍ଥୀ ପଞ୍ଚାନନ କାନୁନଗୋ ଓ ଜଟଣୀ ବିଧାନସଭା ପ୍ରାର୍ଥୀ ସୁର ରାଉତରାୟ ମଧ୍ୟ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି ।

ତୃତୀୟ ପର୍ଯ୍ୟାୟ ପାଇଁ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ପାଖାପାଖି ୯୨ ଲକ୍ଷ ଭୋଟର ଏହି ପର୍ଯ୍ୟାୟରେ ଭୋଟ ଦେବେ । ସେମାନଙ୍କ ଭିତରୁ ୪୭ ଲକ୍ଷ ୯୯ ହଜାର ୩୦ ଜଣ ପୁରୁଷ, ୪୪ ଲକ୍ଷ ୫୬ ହଜାର ୭୨୯ ଜଣ ମହିଳା ଓ ୧ ହଜାର ୧୬୩ ଜଣ ଅନ୍ୟାନ୍ୟ ଭୋଟର ସାମିଲ ଅଛନ୍ତି।ଏହି ପର୍ଯ୍ୟାୟରେ ରାଜ୍ୟ ରାଜନୀତିର ପାଖାପାଖି ୫୦ରୁ ଅଧିକ ତୁଙ୍ଗ ନେତା, ପୂର୍ବତନ ପ୍ରଶାସକ, ଚଳଚ୍ଚିତ୍ର ତାରକାଙ୍କ ଭାଗ୍ୟ କଣ ହେବ, ତାହାକୁ ନେଇ ସମଗ୍ର ରାଜ୍ୟରେ ଉତ୍କଣ୍ଠା ଲାଗି ରହିଛି।

ପୂର୍ବ ପର୍ଯ୍ୟାୟରେ ଦେଖାଦେଇଥିବା ଇଭିଏମ ଓ ଭିଭିପାଟ ତ୍ରୁଟିର ଯେପରି ପୁନରାବୃତ୍ତି ନ ହେବ, ସେଥିପାଇଁ ସବୁ ପ୍ରକାର ପଦକ୍ଷେପ ନେଇଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର। ୪୨ଟି ବିଧାନସଭାର ୧୦ ହଜାର ୪୬୪ଟି ପୋଲିଂ ବୁଥରେ ନିର୍ବାଚନ କରିବା ପାଇଁ ମୋଟ ୬୮ ହଜାର ୪୨୨ ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe