କନକ ବ୍ୟୁରୋ: ସଞ୍ଜ ହେଉ ଅବା ସକାଳ ଭିଡ଼ର ସହ ପାଲଟିଛି ଭୁବନେଶ୍ୱର । କେହି କେହି ତ ରାଜଧାନୀକୁ ସୋସିଆଲ ମିଡ଼ିଆରେ ଭିଡ଼ର ସହର ଭାବେ ନାମ କରଣ କରୁଛନ୍ତି । କେତେବେଳେ କଟକ ପଟୁ ଆସିଲାବେଳେ ଗାଡ଼ି ଚାଳକଙ୍କୁ ପାହାଳଠୁ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡୁଛି ତ ଆଉ କେତେବେଳେ ଖୋର୍ଦ୍ଧା ଆଡୁ ଆସିଲା ବେଳେ ଭିଡ଼ରେ ନାକେଦମ୍ ହେଉଛନ୍ତି । ସହରର ପ୍ରବେଶ ଓ ପ୍ରସ୍ଥାନ କେନ୍ଦ୍ରରୁ ବଡ଼ ବଡ଼ ଫ୍ଲାଏ ଓଭର ବ୍ରିଜ୍ ହୋଇଥିଲେ ବି ସକୀର୍ଣ୍ଣ ରାସ୍ତା ଏବଂ ସଠିକ୍ ଟ୍ରାଫିକ୍ ନିୟନ୍ତ୍ରଣ ନହେଉଥିବାରୁ ଏଭଳି ଭିଡ଼ର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଗାଡ଼ି ଚାଳକମାନେ ପ୍ରତିକ୍ରିୟା ପ୍ରକାଶ କରଛନ୍ତି ।
କାହିଁକି ହେଉଛି ରସୁଲଗଡ଼ ରାସ୍ତା ଜାମ୍?
- ଭୁବନେଶ୍ୱର ଛାତି ଉପର କହିଲେ ରସୁଲଗଡ଼ ହେଉଛି ତ୍ରିକୋଣୀୟ ଗମନାଗମନ ପଥ । ଦୀର୍ଘ ୧୦ ବର୍ଷ ହେବ ରସୁଲଗଡ଼ ଫ୍ଲାଏ ଓଭର ବ୍ରିଜ କାର୍ଯ୍ୟକ୍ଷମ ହେଉଥିଲେ ବି ଏହାକୁ ଲାଗି ରହିଥିବା ଉଭୟ ବାମ-ଡାହାଣ ପାଶ୍ୱର୍ ସର୍ଭିସ୍ ରୋଡରେ ସଠିକ୍ ଟ୍ରାଫିକ୍ ନିୟନ୍ତ୍ରଣ ନହେଉଥିବାରୁ ବେଳେବେଳେ ବେଲଗାମ୍ ହୋଇପଡୁଛି ରାସ୍ତା ଜାମ୍ ।
- ଭୁବନେଶ୍ୱର ଦେଇ ଯାଇଥିବା ପ୍ରମୁଖ ଜାତୀୟପଥ-୧୬ ତଥା ଓଭର ବ୍ରିଜକୁ ଲାଗି ରହିଥିବା ଆପ୍ରୋଚ୍ ରୋଡର ଅନେକ ସ୍ଥାନରେ ପାର୍କିଂ ଏହି ଭିଡ଼ ପଛର ଅନ୍ୟ ଏକ କାରଣ ପାଲଟିଛି । ବିଏମସି ହେଉ ଅବା ଟ୍ରାଫିକ୍ ପୋଲିସ ବାରମ୍ବାର ସଚେତନ ଏବଂ କାର୍ଯ୍ୟାନୁଷ୍ଠାନ ନେଉଥିଲେ ବି କିଛି ଅମାନିଆଙ୍କ ପାଇଁ ରାସ୍ତା ଜାମ୍ ଅଧିକ ହେବାରେ ଲାଗିଛି ।
- ଭୁବନଶ୍ୱେରର ସବୁଠାରୁ ଦୀର୍ଘତମ ଫ୍ଲାଏ ଓଭର ବ୍ରିଜ୍ ହେଉଛି ବମିଖାଲ, ୨୦୧୯ରୁ ଉଦଘାଟିତ ହୋଇଥିବା ଏହି ବ୍ରିଜରେ ଆପଣ କେବଳ ସତ୍ୟନଗର ବାଟଦେଇ ଆସିପାରିବେ ରସୁଲଗଡ଼ ଆଡୁ ଗଲେ ଆପଣ ଏହିବ୍ରିଜ ବାଟେ ଯାଇପାରିବେନି ବରଂ ସର୍ଭିସ୍ ରୋଡ୍ ଦେଇ ଯାଆଆସ କରିପାରିବେ ।
- ସବୁଠାରୁ ବଡ଼କଥା ହେଲା ରସୁଲଗଡ଼ ରାସ୍ତା ଚାରିଆଡୁ ଜାମ୍ ହେବା ପଛର କାରଣ ରାଜ୍ୟର ଏକ ବଡ଼ ସପିଂ ମଲ୍ । ଟ୍ରାଫିକ୍ ଭିଡ଼କୁ ଆକଳନ ନକରି କେମିତି ଏତେବଡ଼ ସପିଂ ମଲକୁ ଅନୁମତି ତିଆଗଲା ତାହା କେବଳ ସରକାରଙ୍କୁ ହିଁ ଜଣା । ଉକ୍ତ ସପିଂ ମଲ୍ ପାଇଁ ରୋଡ୍ ଡିଭାଡରକୁ ଅବରୋଧ କରି ବମିଖାଲ ଓଭରବ୍ରିଜ୍ ତଳେ ଗାଡ଼ି ଚଳାଚଳ କରୁଥିବାରୁ ସନ୍ଧ୍ୟା ହେଉ କି ଦ୍ୱିପହର ଏଠାରେ ଭିଡ଼ ଏକ ପ୍ରଥା ପାଲଟିଗଲାଣି ।
- ଶେଷରେ ଭୁବନଶ୍ୱେରର ଡ୍ରେନେଜ୍ ବ୍ୟବସ୍ଥା କହିଲେ ନସରେ । ବର୍ଷାଦିନ ହେବାମାତ୍ରେ ଭୁବନେଶ୍ୱରକୁ କିଏ ଭାସିଲା କୁହେ ତ କିଏ ବୁଡ଼ିଲା ଭୁବନେଶ୍ୱର କୁହେ । ନଦୀ ଭଳି ଭ୍ରମ ସୃଷ୍ଟି କରି ଚାରିଆଡେ ପାଣି ହିଁ ପାଣି ଦେଖିବାକୁ ମିଳୁଛି, ବଡ଼ ବଡ଼ ଅଟ୍ଟାଳିକା ଏବଂ ବେଆଇନ୍ ନିର୍ମାଣ ଦ୍ୱାରା ଡ୍ରେନେଜ୍ ପାଣି ନିଷ୍କାସନ ହୋଇପାରୁନି ତେଣୁ ବର୍ଷା ହେଲା କ୍ଷଣି ରାସ୍ତା ଜାମ୍ ଆଉ ଲୋକେ ନଦୀବଢ଼ିର ମଜା ନେବାକୁ ଫଟୋ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ସ୍ମାର୍ଟସିଟିର ସଙ୍ଗୀନ ଚିତ୍ରକୁ ଦେଖାନ୍ତି ।
- କଟକପଟୁ ଆସୁଥିଲେ ଆପଣ କେବଳ ନବନିର୍ମିତ ହଂସପାଳ ଓଭର ବ୍ରିଜ୍ ଏବଂ ସର୍ଭିସ୍ ରୋଡ୍ ବାଟ ଦେଇ ଆସିପାରିବେ କିନ୍ତୁ ଆପଣ ଯଦି ରସୁଲଗଡ଼ ବାଟଦେଇ ହଂସପାଳ ବ୍ରିଜ୍ ଉପରେ କଟକ ଆଡକୁ ଯିବାକୁ ଚାହୁଁଛନ୍ତି ତା’ହା ଏବେ ଯାଏଁ ସ୍ୱପ୍ନ । କାରଣ ଅନେକ ଖବର ପ୍ରସାରଣ ପରେ ତରବରିଆ ହୋଇ ଏନଏଚଆଇ କର୍ତ୍ତୁପକ୍ଷ କେବଳ ଓଭରବ୍ରିଜର ଗୋଟିଏ ପାଶ୍ୱର୍ ରାସ୍ତାରେ ଗାଡ଼ି ଚଳାଚଳ କରିବାକୁ ବେଫିକର ଛାଡ଼ିଦେଇଛି । ଏପରିସ୍ଥଳେ ଅନେକ ସମୟରେ ରାସ୍ତାରେ ଜାମ୍ ଦେଖିବାକୁ ମିଳୁଛି ।
କେବଳ ସାଧାରଣ ଲୋକେ ନୁହେଁ, ଜଣେ ରୋଗୀ ଘଣ୍ଟା ଘଣ୍ଟା ଧରି ଆମ୍ବୁଲାନ୍ସରେ ଫସିବା ଘଟଣା ମଧ୍ୟ ଅନେକ ଥର ଦେଖିବାକୁ ମିଳିଛି । ଖବର ଦେଖାଇଲେ ବି ନା ଭୁବନେଶ୍ୱର ମହାନଗର ନିଗମ ଚେତୁଛି ନା ଜାତୀୟ ରାଜପଥ କର୍ତ୍ତୁପକ୍ଷ । ଯେଉଁଠି ମାତ୍ର ୧୦ ମିନିଟ୍ ଲାଗିବା କଥା ସେଠି ପାଖାପାଖି ଘଣ୍ଟାଏ ବିଳମ୍ବରେ ପହଞ୍ଚୁଛନ୍ତି ଗାଡ଼ି ଚାଳକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/post_attachments/wp-content/uploads/2024/08/37-6.jpg)
/kanak/media/post_attachments/wp-content/uploads/2024/08/vlcsnap-2024-08-17-22h31m31s641.png)
/kanak/media/post_attachments/wp-content/uploads/2024/08/vlcsnap-2024-08-17-22h30m53s181-1024x576.png)
/kanak/media/post_attachments/wp-content/uploads/2024/08/vlcsnap-2024-08-17-22h32m14s511.png)
/kanak/media/post_attachments/wp-content/uploads/2024/08/vlcsnap-2024-08-17-22h31m20s907.png)