ଆସୁଛି ବଡ ବର୍ଷା… ୧୦ରୁ ୧୪ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା । ଉପୁଜିପାରେ ବନ୍ୟା ଭଳି ସ୍ଥିତି । ଫିକା ପଡିପାରେ ରଜସାବିତ୍ରୀ …

725

କନକ ବ୍ୟୁରୋ: ଆସୁଛି ବଡ ବର୍ଷା । ୧୦ରୁ ୧୪ ପ୍ରବଳ ବର୍ଷା ଆଶଙ୍କା । ରାଜ୍ୟର କିଛି ସ୍ଥାନରେ ୧୦ରୁ ୧୪ ତାରିଖରେ ପ୍ରବଳ ବର୍ଷା ହେବା ନେଇ ଆଶଙ୍କା । ଏମିତିକି ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଭଳି ସ୍ଥିତି ବି ଉପୁଜିପାରେ । ସହରାଞ୍ଚଳ ଓ ତଳିଆ ଅଞ୍ଚଳରେ ପାଣି ଜମିବା ସମ୍ଭାବନା । ପ୍ରବଳ ବର୍ଷା ନେଇ ସତର୍କ କରାଇଲେ ଏସଆରସି । ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିସନରଙ୍କୁ ଏସଆରସିଙ୍କ ଚିଠି ।

ତେବେ ୧୦ ଜୁନରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡା, ଜଗତସିଂହପୁରରେ ବର୍ଷା ଆଶଙ୍କା ।

ସେହିପରି ୧୧ ଜୁନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଶଙ୍କା । ୧୧ ଜୁନରେ କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁରରେ ବର୍ଷା । ଜୁନ ୧୨ରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଅନୁଗୁଳ, ଢେଙ୍କାନାଳରେ ବର୍ଷା ଆଶଙ୍କା । ତେବେ ପ୍ରବଳ ବର୍ଷା ପାଇଁ ଫିକା ପଡିପାରେ ସାବିତ୍ରୀ ଓ ରଜ ।