ରାଜ୍ୟରେ ଅସମ୍ଭାଳ ତାତି ! ଜଳୁଛି ପଶ୍ଚିମ ଓଡିଶା, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Advertisment
ଆଜିଠୁ ସାରା ରାଜ୍ୟରେ ବଢ଼ିବ ତାତି : ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି
କନକ ବ୍ୟୁରୋ : ସାରା ଓଡ଼ିଶାରେ ଅଗ୍ନିବର୍ଷା ହେଉଛି। ମଧ୍ୟାହ୍ନରେ ଘରୁ ବାହାରିଲେ ଦେହରେ ନିଆଁ ହୁଳା ପଡ଼ିଲା ଭଳି ଲାଗୁଛି। ବାତ୍ୟା ପରେ ତତଲା କଡ଼େଇରେ ରହିଲା ଭଳି ଅନୁଭବ କରୁଥିବା ରାଜ୍ୟବାସୀଙ୍କ ପାଇଁ ନିକଟରେ ଖରାରୁ ନିସ୍ତାର ମିଳିବାର ସମ୍ଭାବନା ନାହିଁ। ୧୧ଟି ସହରରେ ପାରଦ ୪୧ଡିଗ୍ରି ଟପିଥିବାବେଳେ ପଶ୍ଚିମ ଓଡ଼ିଶାର ତିନିଟି ସହରରେ ପାରଦ ୪୫ଡିଗ୍ରି ଉପରେ ରହିଛି। ଏପରିକି ତିନିଟି ସହରରେ ପାରଦ ୪୪ରୁ ୪୫ଡିଗ୍ରି ଭିତରେ ରହିଛି। ଅସହ୍ୟ ଖରାରେ ପୂରା ରାଜ୍ୟ କଲବଲ ହେଉଥିବାବେଳେ ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି, ୨୪ଘଣ୍ଟା ମଧ୍ୟରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୧ଟି ଜିଲ୍ଲାରେ ପାରଦ ୩ରୁ ୫ଡିଗ୍ରି ବଢ଼ିବ। ଏମିତି ହେଲେ ଶନିବାର ପଶ୍ଚିମ ଓଡ଼ିଶାରେ ପାରଦ ୫୦ଡିଗ୍ରି ଛୁଇଁପାରେ। ଏହାକୁ ନଜରରେ ରଖି ପାଣିପାଗ ବିଭାଗ ୧୧ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି।
publive-imageଟିଟିଲାଗଡ଼ରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୫.୫ଡିଗ୍ରି ରେକର୍ଡ ହୋଇଥିବାବେଳେ ସୋନପୁରରେ ୪୫.୪ଡିଗ୍ରି ଏବଂ ସମ୍ବଲପୁରରେ ୪୫.୧ ଡିଗ୍ରି ରେକର୍ଡ ହୋଇଛି। ଯଦି ପାରଦ ୫ଡିଗ୍ରି ବଢ଼େ ତେବେ ଏହି ତିନି ସହରରେ ପାରଦ ୫୦ଡିଗ୍ରି ଛୁଇଁବା ସମ୍ଭାବନା ଅଧିକ। ସେହିପରି ମାଲକାନଗିରିରେ ୪୪.୪ଡିଗ୍ରି, ଝାରସୁଗୁଡ଼ାରେ ୪.୮ଡିଗ୍ରି, ହୀରାକୁଦରେ ୪୪.୧ଡିଗ୍ରି ତାତି ରେକର୍ଡ ହୋଇଥିବାବେଳେ ଏଠାରେ ପାରଦ ୫୦ଡିଗ୍ରି ପାଖାପାଖି ରହିବ।
ପାଣିପାଗ ବିଭାଗ କହିଛି ଯେ, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ୩ଡିଗ୍ରିରୁ ୫ଡିଗ୍ରି ପର୍ଯ୍ୟନ୍ତ ବଢ଼ିବାକୁ ଥିବାବେଳେ ଉପକୂଳ ଓଡ଼ିଶାରେ ପାରଦ ଦୁଇରୁ ତିନି ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ। ଏହାକୁ ନଜରରେ ରଖି ପାଣିପାଗ ବିଭାଗ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ବରଗଡ଼, ସୋନପୁର, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ାରେ ଗ୍ରୀଷ୍ମ ପ୍ରବାହ ଜୋର୍ ହେବାକୁ ଥିବାବେଳେ ଏଠାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ଲୋକ ଖରାକୁ ନବାହାରିବାକୁ କୁହାଯାଇଛି।
ଦୁଇ ଦିନ (ଶନିବାର ଓ ରବିବାର) ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବାକୁ ଥିବାରୁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ପାଣିପାଗ ବିଭାଗ କହିଛି ଯେ, ଖରା ସାଧାରଣ ଲୋକଙ୍କ ପାଇଁ ସହ୍ୟ ହେଲେ ବି ଶିଶୁ, ବୟସ୍କ ଏବଂ କ୍ରୋନିକ ରୋଗୀ ଖରାକୁ ନ ବାହାରନ୍ତୁ। ସାଧାରଣ ଲୋକଙ୍କ ପାଇଁ ଖରା ବେଶୀ ବିପଦଜନକ ନଥିଲେ ବି ଜରୁରୀ କାମ ନଥିଲେ ଲୋକ ଘରୁ ନ ବାହାରିବାକୁ କୁହାଯାଇଛି। ଏପରିକି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ଭିତରେ ବାହାରକୁ ଗଲେ ସଙ୍ଗରେ ପାଣିବୋତଲ, ଓଦା ଗାମୁଛା, ଛତା ନେଇ ଯିବାକୁ କୁହାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe