ଅସହ୍ୟ ହେଲାଣି ପ୍ରବଳ ଗ୍ରୀଷ୍ମପ୍ରବାହ ଓ ଗୁଳଗୁଳି । ଗରମରେ ଅଧାଓଡିଶା ଛଟପଟ, ୧୨ ଯାଏ ତାତିରୁ ନିସ୍ତାର ନାହିଁ

ଆସନ୍ତା ୧୨ ତାରିଖ ଯାଏଁ ତାତିରୁ ନାହିଁ ନିସ୍ତାର

206

କନକ ବ୍ୟୁରୋ : ଆସନ୍ତା ୧୨ ତାରିଖ ଯାଏଁ ତାତିରୁ ନାହିଁ ନିସ୍ତାର । ଏବେ ଗରମରେ ଆଉଟୁପାଉଟୁ ହେଉଛି ଅଧା ଓଡିଶା । ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୧୨ ଟି ସହର । ୧୧ ଟି ଜିଲ୍ଲା ପାଇଁ ହିଟୱେଭ୍ ଆଲର୍ଟ ଜାରି କରାଯାଇଛି । ଅସମ୍ଭାଳ ଗରମ , ଚାରିଆଡେ ଅସହ୍ୟ ତାତି । ବାତ୍ୟା ପରେ ଆଉ ରାସ୍ତାରେ ଗଛ ନାହିଁ  । ଫଳରେ ତାତି ଆହୁରି ବଢିଯାଇଛି । ପ୍ରବଳ ଗୁଳୁଗୁଳି ଅନୂଭୁତ ହେଉଛି । ପାଣିପାଗ ବିଭାଗ କହିଛି. ଏଭଳି ଗରମ ଆହୁରି ୩ ଦିନ ଯାଏଁ ଲାଗି ରହିବ । ବିଶେଷ କରି ପଶ୍ଚିମ ଓଡିଶାରେ ତାପମାତ୍ରା ଆହୁରି ୩ ଡିଗ୍ରୀ ଯାଏଁ ବଢିପାରେ ।

summer
image courtesy-http://indianexpress.com

ଉପକୂଳ ଓଡିଶାରେ ବି ସ୍ୱାଭାବିକ ତାପମାତ୍ରାଠାରୁ ୨ ଡିଗ୍ରୀ ଯାଏଁ ବଢିବା ସମ୍ଭାବନା ରହିଛି । ଗତକାଲି ଟିଟିଲାଗଡରେ ସର୍ବାଧିକ ୪୫ ଦଶମିକ ୫ ଡିଗ୍ରୀ ରହିଥିଲା । ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା କମ୍ ରହିଥିଲେ ମଧ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ତେବେ ବାତ୍ୟା ଫୋନି ପ୍ରଭାବରେ ଅନେକ ଅଞ୍ଚଳରେ ବର୍ତମାନ ସମୟରେ ବି ବିଜୁଳି ସଂଯୋଗ ହୋଇପାରିନାହୁଁ । ତେଣୁ ସେହି ଅଞ୍ଚଳକେ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ପ୍ରବଳ ଗରମରେ ଲୋକ ହେଉଛନ୍ତି ଛଟପଟ ।