ଓଡ଼ିଶା ପାଇଁ ଏଭଳି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ସତର୍କ ରହିବା ସହ ସଚେତନତା ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛି। ସ୍ଥିତିକୁ ଗୁରୁତ୍ବର ସହ ଗ୍ରହଣ କରି ଆସନ୍ତା ଦୁଇ ଦିନ ଲାଗି ଓଡ଼ିଶାର ୧୦ ଜିଲ୍ଲା ପାଇଁ (ଗ୍ରୀଷ୍ମ ପ୍ରବାହ) ସତର୍କ ସୂଚନା ଜାରି ହୋଇଛି। ଗ୍ରୀଷ୍ମ ପ୍ରବାହ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା ବଲାଙ୍ଗୀର, ସୋନପୁର, ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ବୌଦ୍ଧ, କଳାହାଣ୍ଡି ଓ ଝାରସୁଗୁଡ଼ା। ଏହି ଜିଲ୍ଲାବାସୀମାନେ ୨୨ ତାରିଖ ଯାଏ ତାତିଠାରୁ ଦୂରେଇ ରହିବା ସହ ଅଂଶୁଘାତରେ ଯେପରି ଆକ୍ରାନ୍ତ ନ ହୁଅନ୍ତି ସେଥିପ୍ରତି ପ୍ରାଥମିକତା ଦେବାକୁ କୁହାଯାଇଛି।
photo courtesy -http://images.indianexpress.comରାଜ୍ୟ ସ୍ବତନ୍ତ୍ର ରିଲିଫ୍ କମିସନର(ଏସ୍ଆରସି) ବିଷ୍ଣୁପଦ ସେଠୀ କହିଛନ୍ତି ଯେ ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାପାଳମାନଙ୍କୁ ଜଳଛତ୍ର ଓ ଏକାଧିକ ସ୍ଥାନରେ ଛାଇ କରିବା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଖରାରେ ଶ୍ରମିକଙ୍କୁ କାମ ନ କରାଇ ସେମାନଙ୍କୁ ଶ୍ରମ କରିବାର ସମୟରେ ପରିବର୍ତ୍ତନ କରିବାକୁ କୁହାଯାଇଛି। କାର୍ଯ୍ୟସ୍ଥଳୀରେ ପର୍ଯ୍ୟାପ୍ତ ପାନୀୟ ଜଳ ସୁବିଧା କରିବା, ଖରା ସମୟରେ ଘର ଭିତରେ ରହିବା, ଥଣ୍ଡା ପାଣିରେ ଗାଧୋଇବା, ଫ୍ୟାନ୍ ବ୍ୟବହାର, ଦୁର୍ବଳ ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା, ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୩ଟା ଯାଏ ପଦାକୁ ନ ବାହାରିବା, ମାଦକ ଦ୍ରବ୍ୟ, ଚା’, କଫି, କାର୍ବୋନେଟେଡ୍ ମୃଦୁ ପାନୀୟ ଆଦି ନ ପିଇବାକୁ ପରାମର୍ଶ ଦିଆଯାଇଛି। ପିଲାମାନଙ୍କ ପ୍ରତି ସତର୍କତା ଅବଲମ୍ବନ କରିବାକୁ ବି ପରାମର୍ଶ ଦିଆଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/2_00063.png)