ଅସହ୍ୟ ତାତିରେ ଅସ୍ତବ୍ୟସ୍ତ ଓଡିଶା । ୪୦ ଡିଗ୍ରୀ ଉପରେ ୯ ସହରର ତାପମାତ୍ରା
ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି
କନକ ବ୍ୟୁରୋ : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି । ଅସହ୍ୟ ଖରାକୁ ତାତି ଜନତାଙ୍କୁ ଅସ୍ତବ୍ୟସ୍ତ କରିପକାଇଲାଣି । ତେବେ କହିବାକୁ ଗଲେ ଗ୍ରୀଷ୍ମ ପ୍ରଭାବ ଦିନକୁ ଦିନ ବଢିବାରେ ଲାଗିଛି । ଖରାର ତାତି ଏବେ ଅସହ୍ୟ ହୋଇ ପଡିଲାଣି । ସକାଳ ୮ଟାରୁ ଖରାର ପ୍ରଭାବ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗୁଛି । ଆଉ ଅପରାହ୍ଣ ୧୧ଟା ପରେ ତାତି ଅସମ୍ଭାଳ ହୋଇପଡୁଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ମିଳିଥିବା ସୂଚନା ଅନୁସାରେ, ଗତକାଲି ରାଜ୍ୟରେ ୯ଟି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଅଧିକ ରହିଥିଲା । ଏଥିସହ ୧୦ଟି ସହରରେ ତାପମାତ୍ରା ୩୮ରୁ ୩୯ ଡିଗ୍ରୀ ମଧ୍ୟରେ ରହିଥିଲା । ପ୍ରବଳ ତାତି ହେଉଥିବା ସମୟରେ ଆଗକୁ କିଛି ସ୍ଥାନରେ କଳାବୈଶାଖୀ ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ରହିଛି ।