ଥଣ୍ଡାରେ ଥରୁଛି ସାରା ଦେଶ: ଉତରଭାରତରେ ପ୍ରବଳ ତୁଷାରପାତ ସାଙ୍ଗକୁ ହାଡଭଙ୍ଗା ଶୀତର ପ୍ରକୋପ 

128

କନକ ବ୍ୟୁରୋ: ଥଣ୍ଡାରେ ଥରୁଛି ଉତରଭାରତ । ରାଜଧାନୀ ଦିଲ୍ଲୀରେ ୧୨୨ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା । ସହରରେ ଜାନୁଆରୀ ୨୪ ସୁଦ୍ଧା ରେର୍କଡ ୮୮.୨ ମିଲିଲିଟର ବର୍ଷା । ଉତରଖଣ୍ଡରୁ ମଧ୍ୟ ଆସିଲା ପ୍ରବଳ ତୁଷାରପାତ ଦୃଶ୍ୟ । ଧଳା ବରଫରେ ଘୋଡେଇ ରହିଛି ବାବା ବଦ୍ରିନାଥଙ୍କ ମନ୍ଦିର । ସେପଟେ ରାଜସ୍ଥାନ, ହରିଆଣା ଓ ପଶ୍ଚିମ ଉତରପ୍ରଦେଶରେ ପ୍ରବଳ କହୁଡି ଯୋଗୁଁ ଯାତାୟାତରେ ଅସୁବିଧା ଦେଖାଦେଇଛି ।

ଶୀତରେ ଥରୁଛି ଉତରଭାରତ । ଉତର ଭାରତୀୟ ରାଜ୍ୟ ଗୁଡିକରେ ଶୀତର ପ୍ରକୋପ ଜାରି ରହିଛି । ସେପଟେ ରାଜଧାନୀ ଦିଲ୍ଲୀରେ ୧୨୨ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା । ପ୍ରଥମ ଥର ପାଇଁ ଜାନୁଆରି ମାସରେ ପ୍ରବଳ ବର୍ଷା ହେବା ଫଳରେ ଦିଲ୍ଲୀରେ ହାଡ ଭଙ୍ଗା ଶୀତ ଅନୁଭୂତ ହେଉଛି । ସହରରେ ସର୍ବନିମ୍ନ ତାପମାତା ୭ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଉତରାଖଣ୍ଡ, ରାଜସ୍ଥାନ, ହରିଆଣା, ଉତରପ୍ରଦେଶ ଆଦି ରାଜ୍ୟ ଗୁଡିକରେ ହାଲୁକା ବରଫ ବର୍ଷା ଦେଖିବାକୁ ମିଳିଛି । ବିଭିନ୍ନ ଅଂଚଳ ରେ କୁହୁୃଡି ଛାଇ ରହିବା ଫଳରେ ଯାତାୟତରେ ଭିଷଣ ଅସୁବିଧା ଦେଖାଦେଇଛି । ସେପଟେ ଜାମ୍ମୁ କାଶ୍ମିରେ ମଧ୍ୟ ପ୍ରବଳ ବର୍ଷା ଯୋଗୁ ଅରେଂଜ ଆର୍ଲେଟ ଜାରି କାଲା ପାଣିପାଗ ବିଭାଗ ।

ଉତରାଖଣ୍ଡ ରେ ପ୍ରବଲ ତୁଷାତପାତ ଦେଖିବାକୁ ମିଳିଛି । ବାବା ବଦ୍ରିନାଥଙ୍କ ମନ୍ଦିର ବରଫର ଦଳା ଚାଦର ଭିତରେ ଘୋଡେଇ ରହିଛି । ସେହିପରି ପ୍ରବଳ ତୁଷାରପାତ ଯୋଗୁଁ ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଜାତୀୟ ରାଜପଥ କୁ ବନ୍ଦ କରିଦିଆ ଯାଇଛି । ରାଜ୍ୟରେ ଲଗାତାର ଜାରି ରହିଥିବା ବରଫ ବର୍ଷା ରାଜ୍ୟ ବାସିଙ୍କ ସମସ୍ୟା ବଢାଇଛି । ପ୍ରଚଣ୍ଡ ଶୀତ ଲହରରେ କାମ୍ପି ଉଠିଛନ୍ତି ସହରବାସି । ପ୍ରବଳ ଥଣ୍ଡା ଯୋଗୁଁ ସାଧାରଣ ଜୀବନ ଅସ୍ତବ୍ୟସ୍ତ କରି ଦେଇଛି । ଥଣ୍ଡା ରୁ ବଂଚିବା ପାଇଁ ଲୋକେ ବିଭିନ୍ନ ଉଦ୍ୟମ କରୁଛନ୍ତି । ସେପଟେ ରାଜ୍ୟରେ ପ୍ରବଳ ବର୍ଷାର ପୁର୍ବାନୂମାନ କରି ସର୍ତକ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ ।

ସେପଟେ ଲଗତାର ତିନିଦିନ ଧରି ଜାରି ରହିଥିବା ବର୍ଷା ସହର ବାସିଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି । ଆସନ୍ତା ୨୫ ଓ ୨୬ ତାରଖ ଯାଏଁ ବର୍ଷା ଜାରି ରହିବ ବୋଲି ପାଣି ପାଗ ବିଭାଗ ପୁର୍ବାନୁମାନ କରିଛି ।