କନକ ବ୍ୟୁରୋ : ହିମାଞ୍ଚଳ ପ୍ରଦେଶ ଓ ଜାମ୍ମୁ କାଶ୍ମୀରରେ ପ୍ରବଳ ଥଣ୍ଡା ସାଙ୍ଗକୁ ଜାରି ରହିଛି ବରଫପାତ । ଶ୍ରୀନଗର ସହରରେ ବରଫ ବର୍ଷା ଲାଗି ରହିଥିବାରୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଅନେକ ଅଂଚଳ ବରଫର ଧଳା ଚାଦର ଘୋଡେଇ ହୋଇ ରହିଛି । ବରଫ ବର୍ଷା ସାଙ୍ଗକୁ ପ୍ରବଳ ଶୀତ ସହରବାସିଙ୍କ ସମସ୍ୟା ବଢାଇଛି ।
ଲଗାତାର ବରଫ ବର୍ଷା ଯୋଗୁଁ ହାଡ ଭଙ୍ଗା ଶୀତ ଅନୁଭୁତ ହେଉଛି । ତୁଷାତପାତ ଲାଗି ରହିଥିବାରୁ ଯାନ ବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଅନ୍ୟପଟେ ଜାମ୍ମୁ କାଶ୍ମିର ଓ ହିମାଂଚଳ ପ୍ରଦେଶକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କୁ ବରଫ ବର୍ଷା ବେସ ଆକୃଷ୍ଟ କରିଛି । ସେପଟେ ସୀମାରେ ୧୭ ହଜାର ଫୁଟ ଉଚ୍ଚରେ ଯବାନ ମାନେ ପାଟ୍ରୋଲିଂ କରୁଥିବାର ଦେଖିବାକୁ ମିଳିଛି ।