ହନୁମାନ ଜୟନ୍ତୀ ପାଇଁ ସୁରକ୍ଷା ବଳ ମଧ୍ୟରେ ସମ୍ବଲପୁର ସହର । ଶାନ୍ତିଶୃଙ୍ଖଳା ପାଇଁ ୨୭ ପ୍ଲାଟୁନ ଫୋର୍ସ ହୋଇଛନ୍ତି ମୁତୟନ

ଓଡିଆ ନବବର୍ଷରେ ସାରା ସହର ଉତ୍ସବ ମୁଖର ହୋଇଛି

123

କନକ ବ୍ୟୁରୋ : ଓଡିଆ ନବବର୍ଷରେ ସାରା ସହର ଉତ୍ସବ ମୁଖର ହୋଇଛି । ପୂର୍ବଠୁ-ପଶ୍ଚିମ ଓ ଉତ୍ତରଠୁ ଦକ୍ଷିଣ ପର୍ଯ୍ୟନ୍ତ ସବୁଆଡେ ଚାଲିଛି ଉତ୍ସବ । ତେବେ ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁର ବେଶ ଚଳଚଞ୍ଚଳ ହୋଇପଡିଛି । ଏହି ଉତ୍ସବ ଲାଗି ସମ୍ବଲପୁରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ସହରରେ ୨୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଆଜି ସନ୍ଧ୍ୟାରେ ବିଭିନ୍ନ ପଡାରୁ ଶୋଭାଯାତ୍ରା ବାହାରିବ । ଶୋଭାଯାତ୍ରା ଯେଭଳି ଶାନ୍ତିଶୃଙ୍ଖଳାର ସହ ସରିବ ସେ ନେଇ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

sambalpur୨୭ ପ୍ଲାଟୁନ ପୋଲିସ ଫୋର୍ସ ସହ ୩ ଜଣ ଏଏସପି ଓ ୬୨ ଜଣ ଏଏସଆଇ ମୁତୟନ ଅଛନ୍ତି । ଆଜିର ଶୋଭାଯାତ୍ରାବେଳେ ଖଣ୍ଡା ବୁଲାଯିବ ନା ନାହିଁ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ । ତେବେ ପ୍ରତ୍ୟେକ ଥର ସହର ମଧ୍ୟରେ ଖଣ୍ଡାବୁଲା ହେଉଥିବାର ଦେଖାଯାଇଥାଏ । ହେଲେ ପୂର୍ବରୁ ଏହି ଖଣ୍ଡାବୁଲା ପାଇଁ ଅନେକ ଗିରଫ ହୋଇଥିବା ଖବର ମଧ୍ୟ ସାମନାକୁ ଆସିଛି । ହେଲେ ଆଜି ସନ୍ଧ୍ୟାରେ ଶୋଭାଯାତ୍ରା ବାହାରିବା ପରେ ହିଁ ଜଣାପଡିବ ସହର ମଧ୍ୟରେ ଚଳିତ ଥର ଖଣ୍ଡାବୁଲା ଯିବା କି ନାହିଁ ।