ମମିତା ପ୍ରସଙ୍ଗରେ ବିଜେପି ଯୁବ ମୋର୍ଚ୍ଚାର ଶୋଭାଯାତ୍ରା : ପୋଲିସ ଓ ବିଜେପି କର୍ମୀ ମଧ୍ୟରେ ଧସ୍ତାଧସ୍ତି; ପୋଲିସ ଭ୍ୟାନ ଭାଙ୍ଗିବାକୁ ଉଦ୍ୟମ

95

କନକ ବ୍ୟୁରୋ : ବିଜେପିର ଶୋଭାଯାତ୍ରାରେ ପୁଲିସର ଲାଠିଚାର୍ଜ । ଲୋୟର ପିଏମଜିରେ ଆଜି ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ପରିସ୍ଥିତି ଉତେଜନାପୂର୍ଣ୍ଣ ହେବାରୁ ପୁଲିସକୁ ଲାଠିମାଡ କରିବାକୁ ପଡିଛି । ମମିତା ମେହେର ପ୍ରସଙ୍ଗରେ ବିଧାନସଭା ପରେ ପ୍ରତିବାଦକୁ ଓହ୍ଲାଇଥିଲା ବିଜେପି । ବିଜେପି ଯୁବମୋର୍ଚାର କର୍ମୀମାନେ ଶୋଭାଯାତ୍ରା କରିବାବେଳେ ଲୋୟର ପିଏମଜିରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ପୁରା ଲୋୟର ପିଏମଜିକୁ ନିଜ କବଜାକୁ ନେଇଥିଲେ ବିଜେପି କର୍ମୀ ।

ପୁଲିସ ସହ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି । ପ୍ରତିବାଦ ଶୋଭାଯାତ୍ରାବେଳେ ଲୋୟର ପିଏମଜିରେ ପୁଲିସ-ବିଜେପି କର୍ମୀ ଧସ୍ତାଧସ୍ତି ହୋଇଛନ୍ତି । ବିଜେପି କର୍ମୀମାନେ ପୁଲିସ ଭ୍ୟାନକୁ ଭାଙ୍ଗିବାକୁ ଉଦ୍ୟମ କରିଛନ୍ତି । ଏଥରେ ଆରଆରବି ଯବାନ ଓ କିଛି ସାମ୍ବାଦିକ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମୁଣ୍ଡ ଫାଟିଯାଇଛି । ମମିତା ପ୍ରସଙ୍ଗରେ ଶୋଭାଯାତ୍ରା କରି ବିଧାନସଭା ଘେରିବାକୁ ବିଜେପି ଯୁବ ମୋର୍ଚ୍ଚା ରାମ ମନ୍ଦିର ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପିଏମଜି ଅଭିମୁଖେ ଯାଇଥିଲେ । ଏହି ସମୟରେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ ବିଜେପି କର୍ମୀ ।