ଟିକା ନେବାକୁ ଠେଲାପେଲା । ଭିଡରେ ବ୍ରେକ ଦେଇପାରୁନି ଭୂତାଣୁ ଭୟ ।

Advertisment
ଟିକା ନେବାକୁ ଠେଲାପେଲା । ଭିଡରେ ବ୍ରେକ ଦେଇପାରୁନି ଭୂତାଣୁ ଭୟ ।

କନକ ବ୍ୟୁରୋ  :  କରୋନାକୁ ପ୍ରତିହତ କରିବା ପାଇଁ ଜୁନ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ୍ ବଳବତ୍ତର ରହିଥିଲା ବେଳେ ରାଜ୍ୟ ସରକାରଙ୍କ ତରଫରୁ ଟେଷ୍ଟିଙ୍ଗ ଓ ଟିକାକରଣକୁ ତ୍ୱରାନ୍ୱିତ  କରାଯାଇଛି। ଆଜି ଠାରୁ ସେକ୍ଟର ୧୮ ସୋସିଆଲ ହୋମ୍ ପରିସରରେ ନୂଆ ଟିକାକରଣ କେନ୍ଦ୍ରରେ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଟିକା ଯୋଗାଇ ଦିଆଯାଇଛି।

ଆର ଏସ ପି ତରଫରୁ ବସିବାକୁ ତଥା ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ କୈାଣସି ବନ୍ଦୋବସ୍ତ କରା ନ ଯାଇ ନାହିଁ । ଫଳରେ ସାମାଜିକ ଦୂରତା ନିୟମକୁ ଫୁ କରି ଦେଇଥିଲେ ସମସ୍ତେ। ଟିକା ନେବାକୁ ପରସ୍ପର ମଧରେ ଚାଲିଥିଲା ଠେଲାପେଲା । ଯେମିତି କାହାରି ମଧ୍ୟରେ ସଂକ୍ରମଣ ଭୟ ନ ଥିଲା। ସ୍ଥିତି ଏମିତି ହୋଇଥିଲା ଯେ ମୁଣ୍ଡ ବୁଲାଇ ୫ରୁ ୬ ଜଣ ବୟସ୍କ ଲୋକ ତଳେ ଅଚେତ୍ ହୋଇ ପଡ଼ିଯିବାରୁ ସେମାନଙ୍କୁ ଡାକ୍ତରଖାନା ନେବା ପରେ ସେମାନଙ୍କ ଚିକିତ୍ସା କରାଯାଇଥିଲା। କୋଭିଡ ପରିଚାଳନା ନେଇ ଆର୍ ଏସ ପି ତାର ରୁଗଣ ମାନସିକତାରୁ ବାହାରକୁ ଆସୁ ନଚେତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରକୁ ଛାତ୍ର ସଙ୍ଗଠନ ତରଫରୁ ଘେରାଉ କରାଯିବ ବୋଲି ଛାତ୍ର ବିଜେଡି ସଭାପତି ରାକେଶ କୁମାର ସ୍ବାଇଁ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe