ମଦ ଦୋକାନ ଆଗରେ ଅନଲାଇନ୍ ମଦ ବିକ୍ରି ପାଇଁ ଲାଗୁଛି ଲମ୍ବା ଲାଇନ୍ । ସ୍ୱିଗିର ସେଲସମ୍ୟାନ କହିଲେ, କମ୍ ହୋଇଯାଇଛି ଖାଦ୍ୟ ପଦାର୍ଥର ଅର୍ଡର । ୮୦ ପ୍ରତିଶତ ହେଉଛି ମଦର ଅନଲାଇନ୍ ଡେଲିଭରୀ

161

କନକ ବ୍ୟୁରୋ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏଭଳି ଏକ ଭିଡିଓ । ଯେଉଁଥିରେ ଦେଖିବାକୁ ମିଳୁଛ. ମଦ ଡେଲିଭରି କରିବା ପାଇଁ କାଉଣ୍ଟର ଆଗରେ ଲମ୍ବା ଲାଇନ୍ ଲଗାଇଛନ୍ତି ଡେଲିଭରି ବୟ । ଏନେଇ ଗ୍ରାଉଣ୍ଡ ଜିରୋରୁ ଅନୁଧ୍ୟାନ କରିବା ପରେ ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ସାମନାକୁ ଆସିଛି । ଲକଡାଉନ ସମୟରେ ମଦର ହୋମ ଡେଲିଭରୀ ପାଇଁ ଅନୁମତି ମିଳିବା ପରେ ଚାହିଦା ବଢ଼ି ଯାଇଛି । ଦିନ ତମାମ ମଦର ହୋମ ଡେଲିଭରୀ ଚାଲିଛି । ତଥାପି ଲୋକଙ୍କ ଚାହିଦା ପୂରଣ ପାଇଁ ଡେଲିଭରୀ ବୟ ମାନଙ୍କୁ ଧାଡି ଲଗାଇବାକୁ ପଡୁଛି ।

ଲକଡାଉନ ଯୋଗଁ ହୋଟେଲ ବନ୍ଦ ଅଛି, ମଦ ଦୋକାନ ବାର ବନ୍ଦ ଅଛି । ତେବେ ଏହି ସମୟରେ ଉଭୟ ଖାଦ୍ୟ ଓ ମଦର ହୋମ ଡେଲିଭରୀ ପାଇଁ ଅନୁମତି ରହିଛି । ଯେଉଁମାନେ କୌଣସି ଖାଦ୍ୟ ବା ମଦ କିଣିବାକୁ ଚାହିଁବେ ସେମାନେ ଅନଲାଇନରେ ଅର୍ଡର କଲେ ସେମାନଙ୍କୁ ହୋମ ଡେଲିଭରୀ ଦେବାକୁ ଅନୁମତି ଦେଇଛନ୍ତି ସରକାର । କିନ୍ତୁ ଡେଲିଭରୀ ବୟଙ୍କ କହିବା ଅନୁସାରେ ଏବେ ଅନଲାଇନରେ ଖାଦ୍ୟର ଚାହିଦା କମିଯାଇଛି । ଏବେ ୮୦ ପ୍ରତିଶତ କେବଳ ମଦର ଡେଲିଭରି ହେଉଛି । ଲକଡାଉନ ଲାଗୁ ହେବା ପୂର୍ବରୁ ମଦ ଦୋକାନ ଆଗରେ ମଧ୍ୟ ଏଭଳି ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । କେହି କେହି ପେଟି ପେଟି ମଦ ବୋହି ନେଉଥିବାର ଦୃଶ୍ୟ ସେତେବେଳେ ବେଶର ଚର୍ଚ୍ଚାର ବିଷୟ ହୋଇଥିଲା ।