ଗଣେଶ ପୂଜାରେ ପ୍ରବଳ ବର୍ଷା ! ଆସନ୍ତା ୪ଦିନ ଯାଏଁ ଏହିସବୁ ସ୍ଥାନରେ ହୋଇପାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

Advertisment
୨୩ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ ବଳୟ : ୨୪ ତାରିଖରୁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା

କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। ଜୁନ୍ ଓ ଜୁଲାଇରେ ଯେଉଁ ସ୍ଥାନରେ ସ୍ବଳ୍ପ ବୃଷ୍ଟି ହୋଇଥିଲା ସେଠାରେ ଅଗଷ୍ଟ ମାସରେ ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଥିଲା। ଏପରିକି ଅଗଷ୍ଟ ଶେଷ ସୁଦ୍ଧା ସାରା ରାଜ୍ୟରେ ସ୍ବାଭାବିକ ବର୍ଷା ହେବ ବୋଲି କୁହା ଯାଇଥିଲା। କିନ୍ତୁ ଅଗଷ୍ଟ ଶେଷକୁ ୧୬ ଜିଲ୍ଲାରେ ସ୍ବାଭାବିକଠାରୁ କମ୍ ବର୍ଷା ହୋଇଛି। ୪ ଜିଲ୍ଲାରେ ଅତି ନିଅଣ୍ଟିଆ ବର୍ଷା ହୋଇଛି।

ପାଣିପାଗ ସୂଚନା ଅନୁଯାୟୀ, ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏଥିପାଇଁ ଚାରିଦିନ ଯାକ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଦୁଇ ତାରିଖ ପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ରାୟଗଡ଼ା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ୬ ଜିଲ୍ଲାବାସୀଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଆଜିଠାରୁ ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ଗଜପତି, ଗଞ୍ଜାମ, କନ୍ଧମାଳ, ମୟୂରଭଞ୍ଜ, ପୁରୀ, ନୟାଗଡ଼, କଟକ, ଅନୁଗୁଳ, ଦେବଗଡ଼, ସମ୍ବଲପୁର, କେନ୍ଦୁଝର, ବଲାଙ୍ଗୀର, ଜଗତସିଂପୁର ଆଦି ସ୍ଥାନରେ ବର୍ଷା ହେବ।

ଅପରପକ୍ଷେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ଗଣେଶ ପୂଜାରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମୁଖ୍ୟତଃ ମେଘୁଆ ରହିବ। କିନ୍ତୁ ବର୍ଷା ସମ୍ଭାବନା କମ୍। ଦକ୍ଷିଣ ପଶ୍ଚିମ ଓଡ଼ିଶାରେ କେତେକ ସ୍ଥାନରେ ଅଳ୍ପ ବର୍ଷା ହୋଇପାରେ। ୨ତାରିଖରେ ଯାଜପୁର, ଭଦ୍ରକ, ବାଲେଶ୍ବର ଭଳି କେତେକ ସ୍ଥାନରେ ବର୍ଷା ହେବ। କେନ୍ଦ୍ରୀୟ ଓଡ଼ିଶା, ପଶ୍ଚିମ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୩ତାରିଖରେ କେନ୍ଦ୍ରୀୟ ଉପକୂଳ, କେନ୍ଦ୍ରୀୟ ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଉପକୂଳ ଓଡ଼ିଶାେର ବର୍ଷା କମିବ। ୪ ଓ ୫ତାରିଖରେ ରାଜ୍ୟରେ ବିଶେଷ ବର୍ଷା ନାହିଁ। କିନ୍ତୁ ୬ ଓ ୭ରେ ପୁଣି ରାଜ୍ୟରେ ବର୍ଷାର ପ୍ରକୋପ ବଢ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe