ରାଜ୍ୟର ୧୪ଟି ସ୍ଥାନରେ ପ୍ରବଳ ବର୍ଷା । କଟକ ବାଙ୍କୀରେ ଅତି ପ୍ରବଳ ବର୍ଷା ରେକର୍ଡ

Advertisment
ରାଜ୍ୟର ୧୪ଟି ସ୍ଥାନରେ ପ୍ରବଳ ବର୍ଷା । କଟକ ବାଙ୍କୀରେ ଅତି ପ୍ରବଳ ବର୍ଷା ରେକର୍ଡ

କନକ ବ୍ୟୁରୋ : ରାଜ୍ୟର ୧୪ଟି ସ୍ଥାନରେ ପ୍ରବଳ ବର୍ଷା । କଟକ ବାଙ୍କୀରେ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ବାଙ୍କୀରେ ୧୪୦ ମିମି ବର୍ଷା ରେକର୍ଡ ହୋଇଛି । ନୟାଗଡର ଦଶପଲ୍ଲାରେ ୧୦୧.୮ ମିମି, ଗଣିଆରେ ୯୭ ମିମି ବର୍ଷା, କଟକ ନରସିଂହପୁରରେ ୯୦ ମିମି, ପାରଳାଖେମୁଣ୍ଡିରେ ୮୮.୪ ମିମି, ଦିଗପହଣ୍ଡିରେ ୮୫ ମିମି ବର୍ଷା ରେକର୍ଡ କରାଯାଇଛି ।

ସେହିପରି ବୋଲଗଡରେ ୮୫, ଉଦଳାରେ ୮୪.୨, ହିନ୍ଦୋଳରେ ୮୩.୨ ମିମି, ଆଠଗଡରେ ୭୬ ମିମି, ଭବାନିପାଟଣାରେ ୭୪.୨ ମିମି, ତିଗିରିଆ ୭୨ ମିମି, ନରଲାରେ ୭୨ ମିମି, ବାଣପୁରରେ ୬୯ ମିମି, ବେଲଗୁଣ୍ଠାରେ ୬୮.୩ମିମି, ଛତ୍ରପୁରରେ ୬୨ ମିମି, ରଣପୁର ୬୦ ମିମି, ସାଲେପୁରରେ ୬୦ ମିମି, ଆସକାରେ ୫୮.୪ମିମି, ନୟାଗଡରେ ୫୮.୧ମିମି, ଜି.ଉଦୟଗିରିରେ ୫୬.୬ ମିମି, ଗୋପାଳପୁରରେ ୫୫.୯ମିମି, ଜୁନାଗଡରେ ୫୫ମିମି, ଛେଣ୍ଡିପଦାରେ ୫୧.୪ମିମି, ଚାନ୍ଦବାଲିରେ ୪୮.୫ ମିମି, ଜଗତସିଂହପୁରରେ ୪୮ମିମି, ରେମୁଣାରେ ୪୭ମିମି, ନବରଙ୍ଗପୁରର ଡାବୁଗାଓଁରେ ୪୬ମିମି ଓ ଉମରକୋଟରେ ୪୫.୨ ମିମି ବର୍ଷା ରେକର୍ଡ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe