କନକ ବ୍ୟୁରୋ : ଆଗାମୀ କିଛି ଘଂଟା ମଧ୍ୟରେ ଅବପାତର ରୂପନେବ ୱେଲମାର୍କ ପ୍ରେସର । ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷାଲାଗି ରହିଛି । ସାଲେପୁରରେ ୩୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ନବରଙ୍ଗପୁରରେ ବି ପ୍ରବଳ ବର୍ଷା ହେଉଛି । କୋରାପୁଟ, ମାଲକାନଗିରି, ସୋନପୁର, ବରଗଡ, ଦେବଗଡ଼, କେନ୍ଦୁଝରରେ ପ୍ରବଳ ବର୍ଷା ନେଇ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ୨୪ ଘଂଟାରେ ଉପକୂଳରେ ବର୍ଷା କମିବ ,ହେଳେ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହେବ । କାଲିଠୁ ବର୍ଷାର ପ୍ରଭାବ କମିବ । ସବୁ ବନ୍ଦରରେ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ୨୩ରେ ଆଉ ଏକ ଲଘୁଚାପର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।/kanak/media/post_attachments/wp-content/uploads/2020/08/1-40-300x180.jpg)
ଲଘୁଚାପ ଯୋଗୁ ୫ ଜିଲ୍ଲାରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ନବରଙ୍ଗପୁର ସର୍ବଧିକ ୧୩୦ ଦଶମିକ ୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । କଟକରେ ୧୧୭ ଦଶମିକ ୨ ମିଲିମିଟର,ଯାଜପୁରରେ ୧୧୧ ଦଶମିକ ୮, କୋରାପୁଟରେ ୧୦୦ ଦଶମିକ ୮,କେନ୍ଦ୍ରାପଡାରେ ୧୦୦ ଦଶମିକ ୨ ,ମାଲାକାନଗିରିରେ ୯୮ ଦଶମିକ ୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।କଳାହାଣ୍ଡିରେ ୮୮ ଦଶମିକ ୭ , ଢେଙ୍କାନାଳରେ ୮୭ ଦଶମିକ ୦ ମିଲିମିଟର, ଜଗତସିଂହପୁରରେ ୮୬ ଦଶମିକ ୩ ମିଲିମଟର, ଭଦ୍ରକରେ ୮୫ ଦଶମିକ ୩, କନ୍ଧମାଳରେ ୭୧ ଦଶମିକ ୩ , କେନ୍ଦୁଝରରେ ୬୬ ଦଶମିକ ୪, ବଲାଙ୍ଗୀରରେ ୫୯, ପୁରୀରେ ୫୪ ଦଶମିକ ୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।/kanak/media/post_attachments/wp-content/uploads/2020/08/illikj-300x202.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/12-22.jpg)