ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ପ୍ରଳୟ ରଚିଲା ବର୍ଷା : ସୁଅରେ ଭାସିଗଲେ ମଣିଷ, ପାଣିରେ ପହଁରିଲା କାର; ୩୨ ଜଣଙ୍କ ମୃତ୍ୟୁ, ମୁମ୍ବାଇରେ ରେଡ ଆଲର୍ଟ

146

କନକ ବ୍ୟୁରୋ : ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ଲଘୁଚାପ ଜନିତ ବର୍ଷା ପ୍ରଳୟ ଆଣିଛି । ବର୍ଷା ପାଣିରେ ଦୁଇ ରାଜ୍ୟରେ୩୨ଜଣଙ୍କର ଜୀବନ ଯାଇଛି । ତେଲେଙ୍ଗାନାରେ ୧୮ ଓ ଆନ୍ଧ୍ରପ୍ରଦେଶରେ ୭ଜଣଙ୍କର ମୃତ୍ୟୁ ହୋଇଛି । କେବଳ ହାଇଦ୍ରାବାଦରେ ୧୫ଜଣଙ୍କ ଜୀବନ ନେଇଛି ବର୍ଷା । ଏହାବ୍ୟତୀତ କୁର୍ଣ୍ଣୁଲ ନଗରରେ ୩ ଜଣଙ୍କର ଜୀବନ ଯାଇଛି । ଏଥିସହ ବଦଲାଗୁଡାର ମୋହମ୍ମଦିଆ ହିଲ୍ଲସର ପାଚେରୀ ଭାଙ୍ଗି ୯ଜଣଙ୍କର ମୃତ୍ୟୁ ହୋଇଛି । ଏବେବି ଅନେକ ଅଂଚଳର ଜଳମଗ୍ନ ହୋଇ ରହିଛି ।

ହଜାର ହଜାର ଲୋକ ପାଣି ଘେରରେ ଫଶି ରହିଛନ୍ତି । ଫସିଥିବା ଲୋକଙ୍କ ଉଦ୍ଧାର କରିବା କାର୍ଯ୍ୟରେ ପ୍ରାୟ ୧୦୦ଟି ଏନଡିଆରଏଫ ଟିମ୍ ନିୟୋଜିତ ହୋଇଛନ୍ତି । ଏହା ଭିତରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏବଂ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ହାଇଦ୍ରାବାଦ ପରେ ମାୟାନଗରୀରେ ବର୍ଷା ବିତ୍ପାତ । ରାତି ତମାମ ମୁମ୍ବାଇ,ପୁଣେରେ ଲାଗି ରହିଛି ଲଗାଣ ବର୍ଷା ।

ମୁମ୍ବାଇ ସିୟୋନ ପୋଲିସ ଷ୍ଟେସନ ସମେତ କିଛି ସ୍ଥାନରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆଜି ମୁମ୍ବାଇକୁ ରେର୍ଡ଼ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ବର୍ଷାର ତାଣ୍ଡବରେ ବାୟକୁଲା, ହିନ୍ଦମାତା, କୁର୍ଲା, କିଂଗ ସର୍କିଲ ସମେତ ଅନେକ ଅଂଚଳରେ ପାଣି ଜମି ରହିଛି । ପୁଣେରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ପୁଣେର ଇନ୍ଦ୍ରପୁର ଅଂଚଳରେ ମଧ୍ୟ ଲଗାଣ ବର୍ଷାରେ ସ୍ଥିତି ବେହାଲ ହୋଇଛି । ସେହିପରି ଦଗଡୁ ସ୍ଥିତ ଗଣେଷ ମଣ୍ଡଳ ବାହାରେ ମଧ୍ୟ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି ।

Comments are closed.