କନକ ବ୍ୟୁରୋ: ବାଦଲଫାଟିବା ଯୋଗୁଁ ହିମାଚଳରେ ହାହାକାର । ଲଗାଣବର୍ଷା ପ୍ରଭାବରେ ରାଜ୍ୟର ସ୍ଥିତି ସଂଗୀନ ହେବାରେ ଲାଗିଛି । ବାଦଲଫଟା ବର୍ଷାରେ ୫୦ରୁ ଅଧିକ ଲୋକ ନିଖୋଜ ହୋଇଥିବା ଜଣାପଡିଛି । ୩୬ଜଣ ନିଖୋଜ କେବଳ ସିମଲାର ସେମାନଙ୍କୁ ଖୋଜରେ ଚାଲିଛି ସର୍ଚ୍ଚ ଅପରେସନ । ଲଗାଣବର୍ଷାରେ ଅଧିକାଂଶ ନଦୀର ଜଳସ୍ତର ବଢିବା ଯୋଗୁଁ ଗାଁ ଭିତରେ ପସୁଛି ପାଣି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି ।ଏନଡିଆରଏଫ ଟିମକୁ ମୁତୟନ କରାଯାଉଛି । ବାଦଲଫାଟିବା ଯୋଗୁଁ ୪୭ ଘର,୧୦ ଦୋକାନ, ୭ ପୋଲ, ୩ଟି ସ୍କୁଲ, କିଛି ମେଡିସିଦ ଦୋକାନ ଭାସିଯାଇଛି ।

Advertisment

ବାଦଲ ଫଟା ବର୍ଷାରେ ଉତ୍ତରାଖଣ୍ଡ କେଦାରନାଥରେ ହଠାତ ବନ୍ୟା ଆସିବାରୁ ଭୟାବହ ସ୍ଥିତି ଦେଖିବାକୁ ମିଳିଛି। କେଦାରନାଥକୁ ଯାଉଥିବା ମୁଖ୍ୟ ରାସ୍ତାର ୩୦ କିଲୋମିଟର ମନ୍ଦାକିନୀ ନଦୀର ବନ୍ୟା ପାଣିରେ ଧୋଇ ହୋଇଯାଇଛି। ହଠାତ ବନ୍ୟା ଆସିବାରୁ ୩୦୦ରୁ ଅଧିକ ଶ୍ରଦ୍ଧାଳୁ ଫସିରହିଛନ୍ତି। ବର୍ତ୍ତମାନ ଉତ୍ତରାଖଣ୍ଡ ସରକାର କେଦାରନାଥ ଯାତ୍ରାକୁ ସ୍ଥଗିତ ରଖିଛନ୍ତି। ସେପଟେ ଫସି ରହିଥିବା ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ଏସଡିଆରଏଫ ନିୟୋଜିତ ହୋଇଛନ୍ତି।