ଦିଲ୍ଲୀ ଓ ଉତରପ୍ରଦେଶରେ ଅସମ୍ଭାଳ ବର୍ଷା । ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ

Advertisment
ଦିଲ୍ଲୀ ଓ ଉତରପ୍ରଦେଶରେ ଅସମ୍ଭାଳ ବର୍ଷା । ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ

କନକ ବ୍ୟୁରୋ : ତୁହାକୁ ତୁହା ବର୍ଷା ସାଙ୍ଗକୁ ପ୍ରବଳ ଘଡ ଘଡିରେ ଅସ୍ତବ୍ୟସ୍ତ ହୋଇପଡିଛି ଦିଲ୍ଲୀ ଓ ଦିଲ୍ଲୀ ଏନସିଆର ସମେତ ଉତରପ୍ରଦେଶର ବିଭିନ୍ନ ଜିଲ୍ଲା । ଗୁରୁବାରଠୁ ଆରମ୍ଭ ହୋଇଥିବା ବର୍ଷା ବର୍ତମାନ କିଛି ସ୍ଥାନରେ ଜାରି ରହିଛି । ଅନ୍ୟପଟେ ବର୍ଷା ଛାଡିବା ପରେ ରାଜଧାନୀ ଦିଲ୍ଲୀ ସହ ଉତରପ୍ରଦେଶର ବିଭିନ୍ନ ସ୍ଥାନରେ କୁତ୍ରିମ ବନ୍ୟା ସମସ୍ୟା ଦେଖାଦେଇଛି । ଘର, କାର୍ଯ୍ୟାଳୟ ସବୁଠି ଜମାଟ ବାନ୍ଧିଛି ବର୍ଷା ପାଣି । କେଉଁଠି ଘର ବୁଡି ରହିଛି ତ ପୁଣି କେଉଁଠି କାର ଭାସୁଛି । ସ୍ଥିତିରେ ଦୃଷ୍ଟିରେ ରଖି ସ୍କୁଲ ବନ୍ଦ ରଖାଯାଇଛି । ଘରୋଇ କର୍ମୀଙ୍କୁ ୱାର୍କ ଫ୍ରମ ହୋମ ପାଇଁ କୁହାଯାଇଛି । ଘଡଘଡ଼ି ଓ ବର୍ଷା ଯୋଗୁଁ ୧୩ଜଣଙ୍କ ମୃତ୍ୟୁ ଓ ୧୧ଜଣ ଆହତ ହୋଇଥିବା ସୂଚନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe