ବର୍ଷାରେ ବେହାଲ କାମାକ୍ଷାନଗର ଉପଖଣ୍ଡ : ଭୁବନ ବ୍ଲକର ୩ଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ

103

କନକ ବ୍ୟୁରୋ : ଲଗାଣ ବର୍ଷାରେ ବେହାଲ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଉପଖଣ୍ଡ  । ରାମିଆଳ ଓ ତାର ଶାଖାନଦୀରେ ବନ୍ୟା ସ୍ଥିତି ଦେଖାଦେଇଛି । ଭୁବନ ବ୍ଲକର ୩ଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଜୟପୁର ,ମାଳପୁରା ଓ ଦଧିସିଂଗା ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି । ଜୟପୁର ଗାଁ ମୁଖ୍ୟ ରାସ୍ତାରେ ୬ ଫୁଟର ବନ୍ୟାପାଣି ପ୍ରବାହିତ ହେଉଛି । ସେହିପରି କାମାକ୍ଷାନଗର ବ୍ଲକ କଇଁବିଲ ଗାଁ ଭିତରେ କଲାବିଲା ନାଳ ପାଣି ପଶିିବାରୁ ଲୋକଙ୍କ ଘର ଭିତରେ ପାଣି ପଶି ରହିଛି ।

ସେହିପରି କାମାକ୍ଷାନଗର ସହରକୁ ଜଳ ଯୋଗାଣ ହେଉଥିବା ପମ୍ପ ହାଉସ ପାଣିରେ ବୁଡ଼ି ରହିଥିବାରୁ ଜଳ ଯୋଗାଣ ବନ୍ଦ ରହିଛି । କଙ୍କଡାହାଡ଼ ବ୍ଲକ କୀର୍ତନପୁର ସେତୁ ଉପରେ ୩ଫୁଟର ପାଣି ଜମି ରହିବାରୁ ଯାତାୟତ ବନ୍ଦ ରହିଛି । ସେହିପରି ଲଗାଣ ବର୍ଷାରେ ଧୋଇନେଲା ଆପ୍ରୋଚ ରୋଡ ଓ କେନାଲ ରାସ୍ତା । ୫୩ ନଂ ଜାତିୟ ରାଜପଥ ସିଆରିମାଳିଆ ଠାରେ ଆପ୍ରୋଚ ରୋଡରେ ୪୦ ଫୁଟର ଘାଇ ହୋଇଥିବା ବେଳେ କେନାଲ ରାସ୍ତାରେ ୫୦ ଫୁଟର ଘାଇ ହୋଇ ଟ୍ରକ ଫସି ରହିଛି । ଉଭୟ ପାର୍ଶ୍ୱରେ ଅଟକିଛି ସହ ସହ ଗାଡି । ତାଳଚେର-କାମାକ୍ଷାନଗର ଯାତାୟତ ଠପ ହୋଇଯାଇଛି । ପରଜଙ୍ଗ ବ୍ଳକର କିଛି ନଦୀ କୂଳିଆ ଅଂଚଳ ଜଳମଗ୍ନ ରହିଛି  ।