ଦେଶର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା। ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାରେ ବର୍ଷା ବଢ଼ାଇଲା ଚିନ୍ତା।

59

କନକ ବ୍ୟୁରୋ: ପୁଣି ଲଗାଣ ବର୍ଷା ବଢାଇଲା ଚିନ୍ତା । ଉତ୍ତରପ୍ରଦେଶର ଗାଜିଆବାଦ୍ ,ନୋଏଡା , ଆଗ୍ରା , ଆଲିଗଡ , କାନପୁର ସମେତ ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଜାରିରହିଛି । ଆଗାମୀ ୨୬ ତାରିଖ ଯାଏଁ ବର୍ଷାର ପ୍ରଭାବ ବିଭିନ୍ନ ଜିଲ୍ଲାରେ ଦେଖାଦେବ । ସେହିପରି ବର୍ଷା କାରଣରୁ କେଉଁଠି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ତ ଆଉ କେଉଁଠି ଜଳବନ୍ଦି ସମସ୍ୟା । ବର୍ଷା ପାଣି ରାସ୍ତା ଘାଟରେ ପୁରି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ସେହିପରି ଯାତାୟତ ମଧ୍ୟ ଭାରି ମାତ୍ରାରେ ପ୍ରଭାବିତ ହୋଇଛି । ଲୋକଙ୍କ ଘର ମଧ୍ୟ ପାଣି ପସିଛି । ଅତ୍ୟାଧିକ ବର୍ଷା କାରଣରୁ ୧୮ ଜଣଙ୍କର ମୃତ୍ୟୁ ହୋଇସାରିଲେଣି । ୟୁପିର ୧୪ଟି ଜିଲ୍ଲାର ୨୪୭ଟି ଗାଁ ବନ୍ୟାରେ ପ୍ରଭାବିତ ହୋଇଛି । ଏହାରି ଭିତରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ବନ୍ୟା ସ୍ଥିତିର ସର୍ବେକ୍ଷଣ କରଛନ୍ତି । ଏହାସହ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ ରିଲିଫ କାର୍ଯ୍ୟର ସବିଶେଷ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ସେହିପରି ବର୍ଷାକୁ ଦୃଷ୍ଟିରେ ରଖି ୟୁପିର ଅଧିକାଂଶ ସ୍କୁଲକୁ ମଧ୍ୟ ବନ୍ଦ ରଖାଯାଇଛି ।

ସେହିପରି ବର୍ଷା ପ୍ରଭାବରୁ ବର୍ତ୍ତର୍ିପାରିନି ହରିଆଣାର ଗୁରଗାଓଁ । ଦିଲ୍ଲୀରୁ ଗୁରଗାଓଁକୁ ସଂଯୋଗ କରୁଥିବା ଦିଲ୍ଲୀ-ଜୟପୁର ଏକ୍ସପ୍ରେସୱେ ରେ ମଧ୍ୟ ଜଳବନ୍ଦି ସମସ୍ୟା ଉପୁଜିଛି । ଲୋକମାନଙ୍କୁ ବର୍ଷା କାରଣରୁ ନାକେଦମ ହେବାକୁ ପଡିଛି । ରାସ୍ତାରେ ଶହଶହ ଗାଡି ଜମି ରହିଛି । ସେହିପରି ବର୍ଷା କାରଣରୁ ରାଜୀବ ଚୈାକ୍ ଅଣ୍ଡରପାସ୍ ମଧ୍ୟ ଡୁବି ରହିଛି । ଗତ ୨୪ ଘଣ୍ଟାରେ ୧୧୪ ମିଲିମିଟର ବର୍ଷାର ରେକର୍ଡ କରାଯାଇଛିା

ରାଜଧାନୀ ଦିଲ୍ଲୀରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ପ୍ରବଳ ବର୍ଷା କାରଣରୁ ଟ୍ରାଫିକ୍ ସମସ୍ୟା ଉପୁଜିଛି । ଆଉ ଏଥିପାଇଁ ଦିଲ୍ଲୀ ଟ୍ରାଫିକ୍ ପୋଲିସ୍ ଟୁଇଟ୍ କରି ବର୍ଷା ପ୍ରଭାବିତ ରାସ୍ତା ବିଷୟରେ ଜଣାଇଛି । ଟୁଇଟରେ ସୂଚନା ଦିଆଯାଇଛି ଯେ ଯାତ୍ରା କରିବାକୁ ଥିବା ଯାତ୍ରୀ ସେହି ଅନୁସାରେ ନିଜର ଯାତ୍ରା ଯୋଜନା କରନ୍ତୁ । ସେହିପରି ଆଇଏମଡି ଶନିବାର ଦିଲ୍ଲୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।