ଦିଲ୍ଲୀରେ ପ୍ରବଳ ବର୍ଷା । ୧୧ ଡିଗ୍ରୀ ତଳକୁ ଖସିଲା ତାପମାତ୍ରା ।

164

କନକ ବ୍ୟୁରୋ:  ରାଜଧାନୀ ଦିଲ୍ଲୀରେ ଅଚାନକ ୧୧ ଡିଗ୍ରୀ ତଳକୁ ଖସିଲା ତାପମାତ୍ରା  । ଫଳରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ପ୍ରଚଣ୍ଡ ଖରାରେ ସିଝୁଥିବା ଦିଲ୍ଲୀରେ ଅଚାନକ ପ୍ରବଳ ବର୍ଷା ହେବା ରାଜଧାନୀ ବାସିଙ୍କୁ ଆର୍ଶ୍ଚଯ୍ୟଚକିତ କରିଛି । ସେହିପରି ହରିାଆଣାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ରାସ୍ତାରେ ଯାଉଥିବା ଏକ ଯାତ୍ରୀବାହି ବସରେ ବନ୍ୟାପାଣି ଭର୍ତି ହୋଇଯାଇଛି । ସେପଟେ ସରୁକ୍ଷାକୁ ଦୃଷ୍ଟିରେ ରଖି ୱାର୍କ ଫର୍ମ ହୋମର ନିର୍ଦ୍ଦେଶ ଜାରି କଲା ଗୁରୁଗ୍ରାମ ଜିଲ୍ଲା ପ୍ରଶାସନ ।

ଅଚାନକ ପାଣିପାଗରେ ବଡ ଧରଣର ପରିବର୍ତନ ହେବାରୁ ଅନେକ ସ୍ଥାନରେ ପ୍ରବଳ ବର୍ଷ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା କାରଣରୁ ଅନେକ ସ୍ଥାନ ଜଳମଗ୍ନ ହୋଇ ରହିଛି । ସେହିପରି ଘଂଟା ପ୍ରତି ୪୦ କିମି ବେଗରେ ପବନ ବହିବା କାରଣରୁ ରାସ୍ତା କଡରେ ଥିବା ଗଛ ଗୁଡିକ ଉପୁଡି ଯାଇଛି । ଫଳରେ ଯାତାୟତରେ ଅସୁବିଧା ଦେଖାଦେଇଛି । ଭିଷଣ ଟ୍ରାଫିକ ଜାମ୍ ସମସ୍ୟା ମଧ୍ୟ ଦେଖିବାକୁ ମିଳିଛି । ତାପମାତ୍ରା ହଠାତ ୧୧ ଡିଗ୍ରୀ ତଳକୁ ଖସିଆସିବା ଫଳରେ ଏହି ସବୁ ହୋଇଛି ।  ସକାଳ ୫ ଟା ୪୦ ମିନିଟ ରେ ୨୯ ଡିଗ୍ରୀ ରେକର୍ଡ ହୋଇଥିବା ତାପମାତ୍ରା ୭ ଟା ବେଳକୁ ୧୮ ଡିଗ୍ରୀରେ ପହଂଚିଥିବା ପାଣିପାଗ ବିଭାଗ କହିଛି । ପ୍ରଚଣ୍ଡ ଖରରା ସିଝୁଥିବା ଦିଲ୍ଲୀରେ ଅଚାନକ ପ୍ରବଳ ବର୍ଷା ରାଜଧାନୀ ବାସିଙ୍କୁ ଆର୍ଶ୍ଚଯ୍ୟଚକିତ କରିଛି । ସେପଟେ ପାଣିପାଗରେ ପରିବର୍ତନ କାରଣରୁ  ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଥିବା ଜଣାପଡିଛି ।

ସେହିପରି ହରିଆଣାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଗୁରୁଗ୍ରାମରେ ରାସ୍ତାରେ ଯାଉଥିବା ଏକ ଯାତ୍ରୀବାହି ବସ ଭିତରେ ବନ୍ୟା ପାଣି ପସି ଆସିଛି । ବସର ଅଧା ଅଂଶ  ପାଣିରେ ଭର୍ତି ହୋଇ ରହିଥିବା େଦେଖିବାକୁ ମିଳିଛି । ସେପଟେ ଘରୋଇ ସଂସ୍ଥା କର୍ମଚାରୀଙ୍କୁ ଘରେ ରହିକାମ କରିବାକୁ ନିର୍ଦ୍ଦେଶ ଜାରି କରିଛି ଗୁରୁଗ୍ରାମ ଜିଲ୍ଲା ପ୍ରଶାସନ ।  ଆଗାମି ୨୪ ଘଂଟାରେ ପ୍ରବଳ ବର୍ଷାର ପୁର୍ବାନୁମାନ କରି ସର୍ତକ ସୂଚନା ଜାରି କରିଛି ପାଣିପାଗ ବିଭାଗ ।