ଅମଳ ବେଳ ଆସିଥିଲା…ଅଦିନିଆ ବର୍ଷା ଫସଲ ଖାଇଲା । ପାଚିଲା ଧାନ ବିଲରେ ଜମିଲା ବର୍ଷା ପାଣି ।

74

କନକ ବ୍ୟୁରୋ : ଅଦିନିଆ ବର୍ଷା ଭସାଇନେଲା ଚାଷୀର ଫସଲ । ବିଲରେ ପଚି ଗଜା ହେଲା ଧାନ । ଖଲ୍ଲିକୋଟ ବ୍ଲକ ଦାନପୁର ପଂଚାୟତର ଫାସିପଡ଼ା ଗାଁରେ ଉଜୁଡ଼ି ଯାଇଛି ଚାଷୀର ଫସଲ । ୩ଶହ ପରିବାର ଚାଷ ଜମିରେ ପଶିଛି ବର୍ଷାପାଣି । ପାଚିଲା ଧାନ କାଟି ନେବା ପାଇଁ  ଲୋକ ବିଲରେ ରଖିଥିବା ବେଳେ ବର୍ଷା ପାଣି ଏହାକୁ ଭସାଇ ନେଇଛି ।

କିଛି ପାଚିଲା ଧାନ ଭାସି ଯାଇଥିବା ବେଳେ ଆଉ କିଛି ଧାନ ବିଲରେ ପଡି ପଚି ଗଜା ହେବାକୁ ଲାଗିଲାଣି । ହେକ୍ଟର ହେକ୍ଟର ଜମିରେ ଆଣ୍ଠୁଏ ଆଣ୍ଠୁଏ ପାଣି ରହିଛି । ଦୁଇଦିନ ହେଲା ବର୍ଷା କମିଥିଲେ ମଧ୍ୟ ଜମିରୁ ପାଣି ଛାଡିନି । ଯାହାଫଳରେ ଚାଷୀର ବର୍ଷକର ଅମଳ ନଷ୍ଟ ହୋଇଯାଇଛି । ବିଲରୁ ଧାନ ବାହର କରିବାକୁ ଚାଷୀ ଚେଷ୍ଟା କରୁଥିଲେ ମଧ୍ୟ ସମ୍ଭବ ହୋଇପାରୁନି । ଆଗକୁ ଆହୁରି ବର୍ଷା ହେବାର ପାଣି ପାଗ ସୂଚନା ଦେଇଥିବା ବେଳେ ଚାଷୀ ଚିନ୍ତାରେ ରହିଛି  ।