କନକ ବ୍ୟୁରୋ : ଅଦିନିଆ ବର୍ଷା ଭସାଇନେଲା ଚାଷୀର ଫସଲ । ବିଲରେ ପଚି ଗଜା ହେଲା ଧାନ । ଖଲ୍ଲିକୋଟ ବ୍ଲକ ଦାନପୁର ପଂଚାୟତର ଫାସିପଡ଼ା ଗାଁରେ ଉଜୁଡ଼ି ଯାଇଛି ଚାଷୀର ଫସଲ । ୩ଶହ ପରିବାର ଚାଷ ଜମିରେ ପଶିଛି ବର୍ଷାପାଣି । ପାଚିଲା ଧାନ କାଟି ନେବା ପାଇଁ ଲୋକ ବିଲରେ ରଖିଥିବା ବେଳେ ବର୍ଷା ପାଣି ଏହାକୁ ଭସାଇ ନେଇଛି ।
କିଛି ପାଚିଲା ଧାନ ଭାସି ଯାଇଥିବା ବେଳେ ଆଉ କିଛି ଧାନ ବିଲରେ ପଡି ପଚି ଗଜା ହେବାକୁ ଲାଗିଲାଣି । ହେକ୍ଟର ହେକ୍ଟର ଜମିରେ ଆଣ୍ଠୁଏ ଆଣ୍ଠୁଏ ପାଣି ରହିଛି । ଦୁଇଦିନ ହେଲା ବର୍ଷା କମିଥିଲେ ମଧ୍ୟ ଜମିରୁ ପାଣି ଛାଡିନି । ଯାହାଫଳରେ ଚାଷୀର ବର୍ଷକର ଅମଳ ନଷ୍ଟ ହୋଇଯାଇଛି । ବିଲରୁ ଧାନ ବାହର କରିବାକୁ ଚାଷୀ ଚେଷ୍ଟା କରୁଥିଲେ ମଧ୍ୟ ସମ୍ଭବ ହୋଇପାରୁନି । ଆଗକୁ ଆହୁରି ବର୍ଷା ହେବାର ପାଣି ପାଗ ସୂଚନା ଦେଇଥିବା ବେଳେ ଚାଷୀ ଚିନ୍ତାରେ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/vlcsnap-2021-11-15-14h44m04s750.png)