ଉତ୍ତରାଖଣ୍ଡରୁ ଗୁଜୁରାଟ ସବୁଠି ବର୍ଷା ପାଇଁ ହାହାକାର । କେଉଁଠି ପାଣିରେ ଘର ବୁଡିଲାଣି ତ କେଉଁଠି ରାସ୍ତା ଭାଙ୍ଗି ଦିଫାଳ ।

84

କନକ ବ୍ୟୁରୋ : କିଛି ଦିନ ପୂର୍ବରୁ ପ୍ରଚଣ୍ଡ ଖରା ଯୋଗୁଁ ଲୋକେ ଡହଳ ବିକଳ ହେଉଥିବାବେଳେ ଏବେ ମୂଷଳଧାରା ବର୍ଷା ଯୋଗୁଁ ଅନେକ ରାଜ୍ୟରେ ହାହାକାର ପରିସ୍ଥିତି ଦେଖା ଦେଇଛି । ବିଶେଷ କରି ଉତ୍ତରାଖଣ୍ଡ ଓ ଗୁଜୁରାଟରେ ଭୀଷଣ ବନ୍ୟା ସ୍ଥତି ସୃଷ୍ଟି ହୋଇଛି । ମୌସୁମୀ ବର୍ଷାରେ ଉତ୍ତରାଖଣ୍ଡ, ଗୁଜୁରାଟ, ଆସାମ, ଅରୁଣାଚଳପ୍ରଦେଶରେ ସ୍ଥିତି ଗମ୍ଭୀର ହୋଇପଡିଛି । ରବିବାର ମୂଳ ବର୍ଷା ଯୋଗୁଁ ଡେରାଡୁନ୍ – ମସୁରୀ ହାଇୱେ କିଙ୍ଗ ବନ୍ଦ ହୋଇଯାଇଛି । ଏହା ମଧ୍ୟରେ ଅନେକ ଯାନବାହାନ ମଧ୍ୟ ଫସିରହିଥିବା ସୂଚନା ରହିଛି । ଏହାସହ ହରିଦ୍ୱାରରେ ମଧ୍ୟ ଭାରୀ ବର୍ଷା ଯୋଗୁଁ ରାସ୍ତାଘାଟ ସବୁ ବନ୍ଦ ହୋଇଯାଇଛି ।

ଗତ ୨୪ ଘଣ୍ଟାରେ ବାଗେଶ୍ୱର, ନୈନିତାଲ ରୁଦ୍ରପୟାଗ ଓ ଚମୋଲିରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ଅନେକ ସ୍ଥାନରେ କାର ଗୁଡିକ ଭାସିଯାଉଥିବାର ଦେଖିବାକୁ ମିଳିଛି । ଆଉ କିଛି ସ୍ଥାନରେ ରାସ୍ତା ଧସିବାରୁ ଅନେକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଉଦ୍ଧାର କାର୍ଯ୍ୟରେ ଏସଆରଏଫ ଓ ଏନଡିଆରଏଫ ନିୟୋଜିତ ହୋଇଛନ୍ତି ।