କନକ ବ୍ୟୁରୋ: ୮ରାଜ୍ୟରେ ତାଣ୍ଡବ କରୁଛି ବନ୍ୟା । ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ସମେତ ୮ ରାଜ୍ୟରେ ଲଗାଣବର୍ଷା ପରେ ଏବେ ବନ୍ୟାବିଭିଷୀକା ଦେଖିବାକୁ ମିଳିଛି । ଏଠାକାର ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ଗାଁଗଣ୍ଡାଠୁ ନେଇ ସହରରେ ଏବେ ବନ୍ୟା ଘେର ଭିତରେ ରହିଛି ।

Advertisment

ମଧ୍ୟପ୍ରଦେଶର ୨୭ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି ରଖାଯାଇଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ  କରି ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି । ସେପଟେ ଆକାଶମାର୍ଗରୁୁ ମୁଖ୍ୟମନ୍ତ୍ରୀ ବନ୍ୟା ସ୍ଥିତି ଦେଖିବା ସହ ବନ୍ୟା ବିପନ୍ନଙ୍କୁ ଭେଟି ସହାୟତ ପ୍ରଦାନ କରିଛନ୍ତି । ଉତ୍ତରଭାରତରେ ବନ୍ୟା ବିିତ୍ପାତ ଜାରି ରହିଥିବାବେଳେ ପାହାଡିଆ ରାଜ୍ୟ ଉତରାଖଣ୍ଡ, ହିମାଚଳପ୍ରଦେଶ ଓ କଶ୍ମୀରରେ ବନ୍ୟା ସାଙ୍ଗକୁ ଭୁସ୍ଖଳନ ଏବଂ ବାଦଲଫଟା ବର୍ଷା ଏଠାକାର ସ୍ଥିତିକୁ ସଂଗୀନ କରିଛି ।