କନକ ବ୍ୟୁରୋ : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହେଉଛି । ଏହା ଲଘୁଚାପର ରୂପ ନେଉଛି । ଏଥି ସହିତ ଦକ୍ଷିଣ ଆନ୍ଧ୍ର ଉପକୂଳରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି । ଏହାର ପ୍ରଭାବରୁ ଦକ୍ଷିଣ ଓଡିଶା ଏବଂ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଲଘୁଚାପ ପ୍ରଭାବରେ ୨୨ ତାରିଖ ଯାଏଁ ବର୍ଷିବ ।
ବିଶେଷ କରି ଗଞ୍ଜାମ ଓ ଗଜପତି , ମାଲକାନଗିରି, ରାୟଗଡା ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ମାଲକାନଗିରି , ରାୟଗଡା, ମୟୂରଭଞ୍ଜ ଓ ଢ଼େଙ୍କାନାଳରେ ମଧ୍ୟ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨୨ ତାରିଖ ଯାଏଁ ବର୍ଷା ସଂଭାବନା ଥିବାରୁ ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ନିଆଯାଉଛି । ଲଘୁଚାପ ପ୍ରଭାବରୁ ରାଜ୍ୟର ୫ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।