ସତର୍କ ରୁହ ୨୨ ଜିଲ୍ଲା ! ରାତି ସାଢ଼େ ୧୦ଟା ମଧ୍ୟରେ ରାଜ୍ୟର ୨୨ ଜିଲ୍ଲାରେ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ସମ୍ଭାବନା

12,844

କନକ ବ୍ୟୁରୋ: ରାଜ୍ୟର ୨୨ ଜିଲ୍ଲାକୁ ଘଡଘଡି ସହ ବର୍ଷା ହେବା ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ରାତି ସାଢ଼େ ୧୦ଟା ମଧ୍ୟରେ ରାଜ୍ୟର ୨୨ଟି ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି- ଗଞ୍ଜାମ, ଗଜପତି, ଜଗତସିଂପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଅନୁଗୁଳ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, ଫୁଲବାଣୀ, ବୌଦ୍ଧ, ସୋନପୁର, ଦେବଗଡ଼, କେନ୍ଦୁଝର, ସୁନ୍ଦରଗଡ଼ ଏବଂ ସମ୍ବଲପୁର ଭଳି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।

ସେହିପରି ରାଜ୍ୟର କିଛି ସ୍ଥାନରେ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ମଧ୍ୟ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ମିଳିଛି । ଅନ୍ୟପଟେ ବଜ୍ରପାତ ବିପଦ ଥିବାରୁ ଏହି ସବୁ ଜିଲ୍ଲାର ଲୋକମାନଙ୍କୁ ଆଗୁଆ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନ୍ୟପଟେ ସକାଳୁ ସକାଳୁ ପାଗ କୋହଲା ରହିଥିଲା କିନ୍ତୁ ମଧାହ୍ନରେ ରାଜଧାନୀ ଭୁବନେଶ୍ୱର ସହ ରାଜ୍ୟରେ ବର୍ଷା ଦେଖିବାକୁ ମିଳିଥିଲା । ତେବେ ରାଜ୍ୟର ୨୨ଟି ଜିଲ୍ଲାରେ ବର୍ଷା ସହ ବଜ୍ରାପାତ ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି ।