ପ୍ରବଳ ବର୍ଷାରେ ବେହାଲ ବାଲେଶ୍ୱର : ଜଳକାପଡ଼ିଆ ଗାଁ ବାହ୍ୟଜଗତରୁ ବଚ୍ଛିନ୍ନ; ୫ ଦିନ ହେଲାଣି ପାଣି ଘେରରେ ୨୦୦ ପରିବାର

95

କନକ ବ୍ୟୁରୋ : ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର ଜିଲ୍ଲାର ହାଲ ବେହାଲ । ଜଳେଶ୍ୱର, ବସ୍ତା ସମତେ ଅନେକ ଅଂଚଳରେ ପାଣି ପଶିଛି । ଜଳେଶ୍ୱର ବ୍ଲକର ନେତୁଆ ପଂଚାୟତର କପାସିଦା ଓ ସଂପତିଆ ପଂଚାୟତର ଜଳକାପଡ଼ିଆ ଗାଁ ବାହ୍ୟଜଗତରୁ ବଚ୍ଛିନ୍ନ ହୋଇଯାଇଛି । ୫ ଦିନ ହେଲାଣି ୨ ଶହ ପରିବାର ପାଣି ଘେରରେ ରହିଛନ୍ତି । କାହା ଘରେ ଏପର୍ଯ୍ୟନ୍ତ ଚୁଲି ଜଳୁନି । କେବଳ ଶୁଖିଲା ଖାଦ୍ୟକୁ ଭରସା କରି ରହିଛନ୍ତି ଗାଁଲୋକେ । କିଛି ପରିବାର ଲୋକ ସ୍କୁଲ ଓ ଉଚ୍ଚ ସ୍ଥାନକୁ ପଳାଇ ଯାଇଛନ୍ତି । ଏପଟେ ସରପଂଚଙ୍କ ଧାରଣା ଚାଲିଥିବାରୁ ନେତୁଆ ପଂଚାୟତର ସରପଂଚ ଭୁବନେଶ୍ୱରରେ ଧାରଣାରେ ବସିଛନ୍ତି ।