ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ : ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା; ୨୭ ଯାଏଁ ସର୍ତକ ସୂଚନା

2,709

କନକ ବ୍ୟୁରୋ : ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ । ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । ଅନ୍ୟ ଜିଲ୍ଲାରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗର ସୂଚନା । ୨୭ ଯାଏଁ ପାଣିପାଗ ବିଭାଗ ପକ୍ଷରୁ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୪ ଘଂଟାରେ ୧୯ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ସର୍ତକ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

ଲଘୁଚାପ ପ୍ରଭାବରେ ୩ ଦିନ ବର୍ଷା ଲାଗି ରହିବ । କଟକ, ଭୁବନେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଖୋର୍ଦ୍ଧା, ପୁରୀ, କୋରାପୁଟ, ମାଲକାନଗିରି, ବାଲେଶ୍ୱର, କନ୍ଧମାଳ, ଯାଜପୁର, ମୟୂରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାରେ ଲଘୁଚାପ ପ୍ରଭାବରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଜୁନ ୧ରୁ ୨୧ ଜୁଲାଇ ଯାଏଁ ଓଡ଼ିଶାରେ ୩୩୦.୬ମିମି ବର୍ଷା ରେକର୍ଡ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ମୌସୁମୀ ବର୍ଷା ସ୍ୱାଭାବିକ ଠାରୁ -୨୬% କମ ରହିଛି, ଭଦ୍ରକ ଜିଲ୍ଲାରେ ସବୁଠାରୁ କମ ବର୍ଷା ରେକର୍ଡ କରାଯାଇଛି ।